www.samajalive.in
Sunday, December 7, 2025
18.1 C
Bhubaneswar

ଚିତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ହରଭଙ୍ଗା: ଉପାନ୍ତ, ଦୁର୍ଗମ ଅଂଚଳର ଗରିବ ଜନସାଧାରଣଙ୍କୁ ଆଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟନେଇ ୨୦୦୪ ମସିହାରେ ଗୋଧେନଶ୍ୱର ହୋତାଙ୍କ ଅଧ୍ୟକ୍ଷତାରେ ଚିତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ଜନ୍ମଲାଭ କରିଥିଲା। ଦୀର୍ଘ ୧୯ ବର୍ଷ ଧରି ମାନବସେବାରେ ବ୍ରତୀ ରହିଥିବା ଏହି ମହାନ ଅନୁଷ୍ଠାନ ପକ୍ଷରୁ ୪୨ତମ ମାଗଣା ସ୍ୱାସ୍ଥ୍ୟ ଶିବିର ବୌଦ୍ଧ ଜିଲ୍ଲା ହରଭଙ୍ଗା ଆଂଚଳିକ ପଂଚାୟତ(ଜୁନିୟର) ମହାବିଦ୍ୟାଳୟ ପ୍ରାଙ୍ଗଣରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍‍ ଯୋଗଦାନ କରି ଶିବିରର ଶୁଭ ଉଦଘାଟନ କରିଥିଲେ।

ଅନ୍ୟତମ ଅତିଥିଭାବେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ସିଡିଏମଓ, ହରଭଙ୍ଗା ସରପଂଚ ଶକୁନ୍ତଳା ବେହେରା ପ୍ରମୁଖ ଯୋଗଦାନ କରିଥିଲେ। ମନ୍ତ୍ରୀ ସବୁ ବିଭାଗ ପରିଦର୍ଶନ କରିଥିଲେ। ବରିଷ୍ଠ ନାଗରିକ ଏବଂ ବିଶେଷକରି କିଡନୀ ରୋଗୀଙ୍କ ପାଇଁ ଏଭଳି ଶିବିରର ଆୟୋଜନକୁ ନେଇ ଖୁସିବ୍ୟକ୍ତ କରିବା ସହିତ ମାନବ ସେବାରେ ବ୍ରତୀ ହୋଇଥିବା ଅନୁଷ୍ଠାନର ଅଧ୍ୟକ୍ଷ ଗୋଧେନଶ୍ୱର ହୋତା, ସମ୍ପାଦକ ରାଜେଶ୍ୱର ହୋତା ଏବଂ ମୁଖ୍ୟ ପରାମର୍ଶଦାତା ତଥା କଟକ ଏସବି ମେଡିକାଲ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଆନ୍ତରିକରୁ ସାଧୁବାଦ ଜଣାଇଛନ୍ତି। ଜିଲ୍ଲାପାଳ ମଧ୍ୟ ଆଜି ଏକ ଗୌରବର ଦିନ ବୋଲି କହିବା ସହିତ ଅନୁଷ୍ଠାନର କର୍ମକର୍ତାଙ୍କୁ ଡାକ୍ତରବନ୍ଧୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଜି ଶିବିରରେ ୮୩୪ଜଣ ରୋଗୀଙ୍କ ଚିକିତ୍ସା କରାଯାଇଥିବା ବେଳେ ସେଥିରୁ ୨୬୮ଜଣ କିଡନୀ ରୋଗୀଙ୍କ ଚିକିତ୍ସା କରାଯାଇଥିଲା। ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଔଷଧ, ଖାଦ୍ୟ ବଂଟନ କରାଯାଇଥିଲା। ଶିବିରରେ କଟକ, ଭୁବନେଶ୍ୱର, ବୁର୍ଲା, ବଲାଙ୍ଗୀର ଏବଂ ବୌଦ୍ଧର ପ୍ରାୟ ୩୫ଜଣ ଡାକ୍ତର ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ହରଭଙ୍ଗା ଜୁନିୟର ମହାବିଦ୍ୟାଳୟର କର୍ମକର୍ତାଙ୍କ ସହିତ ଛାତ୍ରଛାତ୍ରୀ, ହରଭଙ୍ଗା ଗ୍ରାମପଂଚାୟତର ସରପଂଚ, ପିଇଓ ଏବଂ ହରଭଙ୍ଗା ପୁଲିସ ପ୍ରଶାସନ ସାଙ୍ଗକୁ ହରଭଙ୍ଗା ବ୍ଲକ ମେଡିକାଲ ଟିମ୍‍ ଏବଂ ବ୍ଲକ କର୍ମଚାରୀଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଥିଲା।

- Advertisement -

 

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories