www.samajalive.in
Sunday, December 14, 2025
16.1 C
Bhubaneswar

ଭିଏତ୍‌ନାମ ହେବ ବିଶ୍ବର ଉତ୍ପାଦନ ସ୍ଥଳ

ହାନୋଇ: ନିକଟ ଭବିଷ୍ୟତର ସାରା ବିଶ୍ୱର କାରଖାନା ବା ଉତ୍ପାଦନ ସ୍ଥଳ ଭାବରେ ଚୀନର ସ୍ଥାନ ଭିଏତନାମ ନେବାକୁ ଯାଉଛି। ଚୀନର ଉତ୍ପାଦନ କେନ୍ଦ୍ରଗୁଡିକ କୋଭିଡ ସଂକ୍ରମଣ ଦ୍ୱାରା ପ୍ରଭାବିତ ହେବା ଏବଂ ସେଠାରେ ତାଲାବନ୍ଦ ଭଳି କଟକଣା ଲାଗୁ କରାଯିବା ଦ୍ୱାରା ସାମଗ୍ରିକ ଭାବରେ କାରଖାନା ଉତ୍ପାଦନ ଓ ଯୋଗାଣ ପ୍ରକ୍ରିୟା ଗୁରୁତର ପ୍ରଭାବିତ ହୋଇଛି। ଏହି ପରିସ୍ଥିତିରେ ଭିଏତନାମ ଅନେକ ରାଷ୍ଟ୍ରର ଆବଶ୍ୟକତା ପୂରଣ ଦିଗରେ ପ୍ରୟାସ କରିବା ଏବଂ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ତାହାର ଅର୍ଥନୈତିକ ଅଭିବୃଦ୍ଧି ଏକ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଉଛି। ଭିଏତନାମ ପରିସଂଖ୍ୟାନ କାର୍ଯ୍ୟାଳୟ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ପ୍ରଥମ ତିନିମାସରେ ସେ ଦେଶର ଅର୍ଥନୀତି ପୂର୍ବବର୍ଷ ସେହି ସମୟ ତୁଳନାରେ ୫.୦୩% ଅଭିବୃଦ୍ଧି ଘଟିଛି। ଏଥିସହିତ ଏହା ଚୀନର ସେହି ସମୟରେ ହୋଇଥିବା ଅଭିବୃଦ୍ଧି ହାର ୪.୮%କୁ ଟପିଯାଇଛି। ଏହି ସମୟରେ ଭିଏତନାମର ବୈଦେଶିକ ବାଣିଜ୍ୟ ମଧ୍ୟ ୧୭୬.୩୫ ବିଲିଅନ ଡଲାରକୁ ବୃଦ୍ଧିପାଇଛି, ଯାହା ଗତବର୍ଷର ପ୍ରଥମ ତିନିମାସ ତୁଳନାରେ ୧୪.୪% ଅଧିକ। ଏହି ସମୟରେ ଚୀନର ବୈଦେଶିକ ବାଣିଜ୍ୟ ୟ୍ରୁଆନ ମୂଲ୍ୟ ଅନୁଯାୟୀ ୧୦.୭% ବୃଦ୍ଧିପାଇଛି।

ସାମ୍ପ୍ରତିକ ପରିସ୍ଥିତିରେ ବିଦେଶୀ ନିବେଶକ ଏବଂ ବିଦେଶୀ ମାଲିକାନାରେ ଥିବା ବ୍ୟବସାୟ ସଂସ୍ଥାଗୁଡିକ ଭିଏତନାମ ବଜାରରେ ଅଧିକରୁ ଅଧିକ ନିବେଶ କରିବାରେ ଲାଗିଛନ୍ତି।

- Advertisement -

୨୦୧୮ରେ ଆମେରିକା ଏବଂ ଚୀନ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେବାପରେ ବିଶ୍ୱର ପ୍ରମୁଖ ଶିଳ୍ପଗୁଡିକ ଚୀନରୁ ଭିଏତନାମ ଓ ମେକ୍ସିକୋ ଭଳି ରାଷ୍ଟ୍ରକୁ ସ୍ଥାନାନ୍ତରିତ ହେବା ଆରମ୍ଭ କରିଥିଲେ। ୨୦୧୮ ଠାରୁ ଭିଏତମାନ ଓ ଆମେରିକା ମଧ୍ୟରେ ବାଣିଜ୍ୟ କାରବାର ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଆମେରିକା ସହିତ ଭିଏତନାମର ବାଣିଜ୍ୟ ବଳକା ୨୦୨୧ରେ ୮୧ ବିଲିଅନ ଆମେରିକୀୟ ଡଲାରକୁ ବୃଦ୍ଧିପାଇଛି, ଯାହା ୨୦୨୦ରେ ୬୩ ବିଲିଅନ ଡଲାର ଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories