www.samajalive.in
Sunday, December 14, 2025
23.1 C
Bhubaneswar

ଖୁଣ୍ଟକଟା ଗ୍ରାମରେ ଗୁଳିକାଣ୍ଡ ଓ ପ୍ରତିଆକ୍ରମଣ

ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟୁକଟା ଗ୍ରାମରେ ଏକ ଅଭାବନୀୟ ଘଟଣାକ୍ରମରେ ଗୁଳିକାଣ୍ଡ ଘଟଣା ସହିତ ପ୍ରତିଆକ୍ରମଣରେ ଅପରପକ୍ଷର ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଖୁଣ୍ଟୁକଟା ଗ୍ରାମର ପଞ୍ଚାନନ ସ୍ୱାଇଁଙ୍କ ପୁଅ ଆଲୋକ କୁମାର ସ୍ୱାଇଁ ଏବଂ ପଞ୍ଚାନନଙ୍କ ବଡଭାଇ ରବୀନ୍ଦ୍ରନାଥ ସ୍ୱାଇଁଙ୍କ ପୁଅ ସଂଜୟ ସ୍ୱାଇଁଙ୍କ ସହ ଶୁକ୍ରବାର କୌଣସି କାରଣରୁ ପାଟିତୁଣ୍ଡ ଓ ବଚସା ହୋଇଥିଲା। ତେବେ ଶନିବାର ସକାଳେ ଆଲୋକ ଓ ତାର ସାଙ୍ଗ ପିକୁ ରାଉତ ବାଇକ ଯୋଗେ ରେଗେଡ଼ାପଡ଼ା ଗ୍ରାମକୁ ମଞ୍ଜି ବିହନ ଆଣିବାକୁ ଯାଉଥିବାବେଳେ ରେଗେଡ଼଼ିପଡ଼ା ଛକଠାରେ ଛିଡା ହୋଇଥିଲେ। ଏହି ସମୟରେ ଖୁଣ୍ଟକଟା ଗ୍ରାମର ୪ଜଣ ବ୍ୟକ୍ତି ବାଡିଧରି ସେଠାରେ ପହଞ୍ଚି ସେମାନଙ୍କୁ ଗାଳିଗୁଲଜ ଓ ଆକ୍ରମଣ ଉଦ୍ୟମ କରିବାବେଳେ ସେମାନେ ସେଠାରୁ ଖସି ପଳାଇ ଆସିଥିଲେ।

ପୁନର୍ବାର ଶନିବାର ଅପରାହ୍ନରେ ପଞ୍ଚାନନଙ୍କ ଘରେ କେହି ପୁରୁଷ ଲୋକ ନଥିବାବେଳେ ଖୁଣ୍ଟକଟା ଗ୍ରାମର ଜଗୁ ନାୟକ ଓ ସୁରେଶ କୁମାର ରାଉତ ୨ଟି ବନ୍ଧୁକ ଧରି ପଶିବା ସହ ଆଲୋକଙ୍କର ୮ବର୍ଷ ବୟସ୍କ ପୁଅ ଆଦିତ୍ୟ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ ଓ ଘରେ ଥିବା ମହିଳାଙ୍କୁ ଗାଳି ଗୁଲଜ କରିଥିଲେ। ଖବର ପାଇ ପଞ୍ଚାନନ ଓ ଆଲୋକ ଘରକୁ ଆସିଯିବାରୁ ଜଗୁ ଓ ସୁରେଶ ଘର ବାହାରକୁ ଆସି ୨ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଫେରାର ହୋଇ ଯାଇଥିଲେ। ଏ ସଂପର୍କରେ ପଞ୍ଚାନନଙ୍କ ପତ୍ନୀ ରମ୍ଭା ସ୍ୱାଇଁ ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ମିଳିଥିବା ପରବର୍ତ୍ତୀ ସୂଚନାରୁ ପଞ୍ଚାନନ ଓ ଆଲୋକଙ୍କ ପାଲଟା ଆକ୍ରମଣରେ ଫାଙ୍କା ଗୁଳି ଚଳାଇଥିବା ଜଗୁ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଆହତ ଜଗୁଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇନାହିଁ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories