www.samajalive.in
Friday, December 12, 2025
15.1 C
Bhubaneswar

ୟୁକ୍ରେନକୁ ପ୍ରାର୍ଥୀ ମାନ୍ୟତା ଦେଲା ଇୟୁ

କିଭ୍‍: ୟୁରୋପୀୟ ୟୁନିୟନର ସଦସ୍ୟତା ନିମନ୍ତେ ୟୁକ୍ରେନର ଆବେଦନକୁ ଇୟୁ ସଚିବାଳୟ ଗ୍ରହଣ କରିଛି। ଏଥିସହିତ ୟୁକ୍ରେନକୁ ଏହା ପ୍ରାର୍ଥୀ ମାନ୍ୟତା ପ୍ରଦାନ କରିଛି। ଗୁରୁବାର ଅନୁଷ୍ଠିତ ଏକ ବୈଠକରେ ୟୁରୋପୀୟ ୟୁନିୟନର ନେତୃବୃନ୍ଦ ସମ୍ମିଳିତ ହେବା ସହିତ ୨୭ ରାଷ୍ଟ୍ର ବିଶିଷ୍ଟ ଇୟୁରେ ସାମିଲ ହେବା ନିମନ୍ତେ ୟୁକ୍ରେନକୁ ଆନୁଷ୍ଠାନିକ ଭାବରେ ପ୍ରାର୍ଥୀ ମାନ୍ୟତା ଦେଇଛନ୍ତି। ଏହାକୁ କିଭ୍‍ ପକ୍ଷରୁ ପ୍ରଶଂସା କରାଯିବା ସହିତ ୟୁକ୍ରେନ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ ବୋଲି କିଭ୍‍ ପକ୍ଷରୁ କୁହାଯାଇଛି। ଯଦିଓ ଇୟୁର ଆନୁଷ୍ଠାନିକ ସଦସ୍ୟତା ହାସଲ ନିମନ୍ତେ ୟୁକ୍ରେନକୁ ଦଶବର୍ଷରୁ ଅଧିକ ସମୟ ଲାଗିବ, ତଥାପି ଏହାକୁ ପ୍ରାର୍ଥୀ ଭାବରେ ଗ୍ରହଣ କରିବା ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେହେଉଛି। ଏହାଦ୍ୱାରା ତତ୍କାଳୀନ ସୋଭିଏତ୍‍ ସଂଘ ମଧ୍ୟକୁ ଇୟୁ ପ୍ରବେଶର ଏହାକୁ ଏକ ପ୍ରତୀକ ଭାବରେ ବିବେଚନା କରାଯାଉଛି। ଇୟୁର ବୈଦେଶିକ ନୀତି ବିଭାଗ ମୁଖ୍ୟ ଜୋଶେପ ବୋରେଲ କହିଛନ୍ତି, ୟୁକ୍ରେନ ଜନସାଧାରଣ ୟୁରୋପୀୟ ପରିବାରର ଅଂଶବିଶେଷ। ୟୁକ୍ରେନର ଭବିଷ୍ୟତ ମଧ୍ୟ ଇୟୁ ସହିତ ରହିଛି।

ୟୁକ୍ରେନକୁ ପ୍ରାର୍ଥୀ ଭାବରେ ମାନ୍ୟତା ପ୍ରଦାନ ମିଳିତ ଭାବରେ ଆଗକୁ ବଢ଼ିବା ଏବଂ ଦୀର୍ଘ ଯାତ୍ରା କରିବାର ଏକ ଶୁଭାରମ୍ଭ ହୋଇଛି। ଇତିମଧ୍ୟରେ ରୁଷ ସେନା ପୂର୍ବ ୟୁକ୍ରେନରେ ଅଧିକ ଅଞ୍ଚଳ ସେମାନଙ୍କ ନିୟନ୍ତ୍ରଣକୁ ନେଇଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ ସୈନ୍ୟମାନେ ଲିସେଚାନସ୍କ ଅଞ୍ଚଳରୁ ପଛକୁ ହଟିବା ଆରମ୍ଭ କରିଛନ୍ତି। ରୁଷ ସୈନ୍ୟ ସେମାନଙ୍କୁ ଘେରିବା ପୂର୍ବରୁ ସେମାନେ ସେଠାରୁ ଚାଲିଯାଇଥିବା ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୟୁକ୍ରେନ ବିରୋଧରେ ରୁଷ ଚଳାଇଥିବା ଯୁଦ୍ଧରେ ସମ୍ପ୍ରତି ଅନ୍ୟତମ ମୁଖ୍ୟ ରଣଭୂମି ପାଲଟିଥିବା ଲୁହାନସ୍କ ଅଞ୍ଚଳରେ ଏହି ସହର ଅବସ୍ଥିତ। ୟୁକ୍ରେନ ସୈନ୍ୟମାନେ ରୁଷ ସୈନ୍ୟଙ୍କୁ ହଟାଇ ଲୋକସୁତିଭକା ଏବଂ ରାଇଓସେକ୍‍ଜାଣ୍ଡ୍ରିଭକା ଅଞ୍ଚଳ ନିଜ ଦଖଲକୁ ନେଇଛନ୍ତି। ଏଥିସହିତ ସେମାନେ ସେଭରଡନେସ୍କ ପ୍ରଦେଶକୁ ଲାଗିଥିବା ସିରୋଟାଇନକୁ ନିଜ ନିୟନ୍ତ୍ରଣକୁ ଫେରାଇ ଆଣିବା ଉଦ୍ୟମ ଜାରି ରଖିଛନ୍ତି।

- Advertisement -

ଆମେରିକା ପ୍ରଶାସନ ୟୁକ୍ରେନକୁ ଆଉ ୪୫୦ ନିୟୁତ ଡଲାର ମୂଲ୍ୟର ସାମରିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଛି। ସେଥିମଧ୍ୟରେ ଅଧିକ ସଂଖ୍ୟକ ମଧ୍ୟମ ଦୂରଗାମୀ ରକେଟ ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଏହି ସହାୟତା ମଧ୍ୟରେ ରହିଛି ଚାରିଟି ହାଇ ମୋବିଲିଟି ଆର୍ଟେିଲେରୀ ରକେଟ ସିଷ୍ଟମ। ପୂର୍ବରୁ ଏହିଭଳି ଚାରିଟି ବ୍ୟବସ୍ଥା ୟୁକ୍ରେନକୁ ମିଳିସାରିଛି। ସେଗୁଡିକୁ ୟୁରୋପରେ ରଖାଯାଇ ୟୁକ୍ରେନ ସୈନ୍ୟଙ୍କୁ ତାଲିମ ଦେବା କାର୍ଯ୍ୟ ଚାଲିଛି। ଏଭଳି ପରିସ୍ଥିତିରେ ରୋମାନିଆ ବନ୍ଦରରେ ବିପୁଳ ପରିମାଣରେ ୟୁକ୍ରେନ ଗହମ ପହଞ୍ଚିଛି। କୃଷ୍ଣ ସାଗର ତଟରେ ଥିବା ରୋମାନିଆର କନଷ୍ଟାଣ୍ଟା ବନ୍ଦର ଦେଇ ୟୁକ୍ରେନରୁ ଗହମ ରପ୍ତାନି କରାଯାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories