www.samajalive.in
Wednesday, December 10, 2025
26.1 C
Bhubaneswar

କାବୁଲରେ ଖୋଲିଲା ଭାରତୀୟ ଦୂତାବାସ

କାବୁଲ: ଆଫଗାନିସ୍ତାନରେ ଶୁକ୍ରବାର ପୁଣି ଭୂକମ୍ପ ଅନୁଭୂତ ହୋଇଛି। ଗୟାନ୍‌ ଜିଲାରେ ଘଟିଥିବା ୪.୨ ମାତ୍ରାର ପଶ୍ଚାତ୍‌ କମ୍ପନରେ ୫ଜଣଙ୍କ ମୃତ୍ୟୁ ଘଟିଛି ଓ ୧୧ଜଣ ଆହତ ହୋଇଛନ୍ତି। ବୁଧବାର ଭୋର୍‌ରେ ହୋଇଥିବା ପ୍ରଳୟଙ୍କରୀ ଭୂକମ୍ପରେ ମୃତ୍ୟୁ ସଂଖ୍ୟାକୁ ମିଶାଇ ସରକାରୀ ଭାବେ ଏହା ୧୧୫୦ରେ ପହଞ୍ଚିଛି। ଏବେ ସୁଦ୍ଧା ୧୬୦୦ରୁ ଅଧିକ ଆହତ ଚିକିତ୍ସାଧୀନ ଅଛନ୍ତି। ବାସ୍ତବରେ ଏହି ସଂଖ୍ୟା ବହୁ ଅଧିକ ବୋଲି ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। ଦୁର୍ଗତଙ୍କୁ ସହାୟତା ପାଇଁ ଜାତିସଂଘ ସମେତ ଦେଶବିଦେଶରୁ ରିଲିଫ ସାମଗ୍ରୀ ପହଞ୍ଚୁଛି; କିନ୍ତୁ ତାଲିବାନ ଶାସକଙ୍କ ଅନଭିଜ୍ଞତା ଯୋଗୁଁ ଏହା ଯଥା ସ୍ଥାନରେ ପହଞ୍ଚିପାରୁ ନ ଥିବା ଜଣାପଡ଼ିଛି। ତିନି ଦିନ ପରେ ମଧ୍ୟ ଲୋକେ ଖୋଲା ଆକଶ ତଳେ ପଡ଼ିରହିଛନ୍ତି। ସେମାନଙ୍କୁ ଖାଦ୍ୟ, ଔଷଧ ଓ ବସ୍ତ୍ର ଉପଲବ୍ଧ ହେଉ ନାହିଁ। ଭାରତ ସରକାରଙ୍କ ପକ୍ଷରୁ ଶୁକ୍ରବାର ସକାଳେ ଦ୍ବିତୀୟ ଦଫାରେ ୨୭ଟନ୍‌ ରିଲିଫ୍‌ ସାମଗ୍ରୀ କାବୁଲରେ ପହଞ୍ଚିଛି। ଏଥିରେ ତମ୍ବୁ, ଶୁଖିଲା ଖାଦ୍ୟ, ଔଷଧ, ବସ୍ତ୍ର, କମ୍ବଳ ଓ ଶଯ୍ୟା ଇତ୍ୟାଦି ରହିଛି। ଗୁରୁବାର ପ୍ରଥମ ଦଫା ରିଲିଫ୍‌ ସାମଗ୍ରୀ ପହଞ୍ଚିଥିଲା। ଏହାର ପରିଚାଳନା ପାଇଁ ଭାରତରୁ ଏକ ବୈଷୟିକ ଦଳ ମଧ୍ୟ ଯାଇଛନ୍ତି। ଭାରତକୁ ଏହି ସହାୟତା ପାଇଁ ତାଲିବାନ ସରକାର ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ଗତ ବର୍ଷ ଅଗଷ୍ଟରୁ ବନ୍ଦ ଥିବା କାବୁଲସ୍ଥିତ ଭାରତୀୟ ଦୂତାବାସ ଖୋଲାଯାଇଛି। ସେଠାରୁ ଭାରତୀୟ ବୈଷୟିକ ଦଳ ରିଲିଫ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଏହି ସୁଯୋଗରେ ତାଲିବାନ ଦଖଲ ସମୟରୁ ଅଚଳ ଥିବା କାବୁଲ ସହିତ ଭାରତର କୂଟନୈତିକ ସମ୍ପର୍କ ପୁନଃ ସଂସ୍ଥାପିତ ହୋଇଛି। ଭାରତୀୟ ଉଚ୍ଚାୟୁକ୍ତଙ୍କ ସହ ଦୂତାବାସ ଅଧିକାରୀମାନେ ସେଠାରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ଜୁନ୍‌ ୨ରେ ବୈଦେଶିକ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଜେପି ସିଂହଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମାନବୀୟ ସହାୟତାର ତଦାରଖ ଆଳରେ କାବୁଲରେ ପହଞ୍ଚି ଦୂତାବାସ ଖୋଲିବା ପ୍ରାୟସ କରିଥିଲେ। ଭାରତୀୟ କୂଟନୀତିଜ୍ଞ ଓ ରାଜନେତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ତାଲିବାନ ଶାସକ ପ୍ରତିଶ୍ରୁତି ଦେଇଛନ୍ତି। ଭାରତକୁ ମିଶାଇ କାବୁଲସ୍ଥିତ ୧୫ଟି ଦେଶର ଦୂତାବାସ ଇତିମଧ୍ୟରେ ଖୋଲିଲାଣି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories