www.samajalive.in
Sunday, December 14, 2025
26.1 C
Bhubaneswar

ଜେନାପଦା ଶାଳ ଜଙ୍ଗଳରୁ ଗଳିତ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ୬୫ନଂ ରାଜ୍ୟ ରାଜପଥର ଜେନାପଦା ନିକଟ ରାସ୍ତାକଡର ଶାଳ ଜଙ୍ଗଲ ମଧ୍ୟରେ ଜଣେ ଅଜଣା ଗଳିତ ମହିଳାଙ୍କର ମୃତଦେହ ମିଳିବା ଘଟଣା ଏଠାରେ ଆଲୋଡନ ସୃଷ୍ଟି କରିଛି। ମହିଳାଙ୍କର ପରିଚୟ ମିଳନଥିବାବେଳେ ତାଙ୍କ ମୁହଁରେ କ୍ଷତ ଥିବାରୁ ଏହା ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକ ଶାଳବଣୀ ଜଙ୍ଗଲକୁ ଯାଇଥିବା ବେଳେ ମୃତ ଦେହକୁ ଦେଖି ପୁଲିସକୁ ସୂଚନା ଦେବା ପରେ ଆଠଗଡ଼ ପୁଲିସ ଆଇଆଇସି ବାମଦେବ ସ୍ୱାଇଁ ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲେ। ପରେ କଟକରୁ ପୁଲିସ ବିଜ୍ଞାନୀ ଦଳ ଆସି ଘଟଣାସ୍ଥଳରେ ତଦନ୍ତ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ କରାଇବା ଲାଗି କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡ଼ିଛି। ପ୍ରାୟ ୨-୩ରୁ ଉର୍ଦ୍ଧ ସମୟ ପୂର୍ବରୁ ମହିଳାଙ୍କର ମୃତ୍ୟୁ ହୋଇଯାଇଥିବାରୁ ତାଙ୍କ ମୃତଦେହ ପଚିଷଢି ଯାଇଛି। ମହିଳାଙ୍କ ପରିଚୟ ମିଳିନଥିବାରୁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories