www.samajalive.in
Friday, December 12, 2025
16.1 C
Bhubaneswar

ଭୟଙ୍କର ଭୂକମ୍ପ ପରେ ଅନ୍ତର୍ଜାତୀୟ ସହାୟତା ଲୋଡ଼ିଲା ତାଲିବାନ

ଡେସ୍କ: ଆଫଗାନିସ୍ତାନରେ ବୁଧବାର ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୧ ହଜାରରୁ ଅଧିକ ଆହତ ହୋଇଥିବା ବେଳେ ୬ ଶହରୁ ଅଧିକ ଆହତ ହୋଇଛନ୍ତି। ଦୁର୍ଗମ ପାର୍ବତ୍ୟ ଅଂଚଳରୁ ଏବେ ସୂଚନା ଆସିବା ଆରମ୍ଭ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି। ସେଠାକାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ତାଲିବାନ ଅନ୍ତର୍ଜାତୀୟ ସହାୟତାକୁ ସ୍ୱାଗତ କରିବ।

ଆଫଗାନିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ଫଟୋରୁ ଜଣାପଡିଛି ଯେ ଏହି ଭୂକମ୍ପରେ ବାସଗୃହଗୁଡିକ ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି ଓ ମୃତଦେହଗୁଡିକ ଏଣେତେଣେ ପଡ଼ିରହିଛି। ସେଠାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସ୍ୱାସ୍ଥ୍ୟ କର୍ମଚାରୀ ଓ ସହାୟକମାନେ କହିଛନ୍ତି ଯେ ଏବେ ମଧ୍ୟ ବହୁ ସଂଖ୍ୟକ ଲୋକ ଭଙ୍ଗାରୁଜା ଅଂଶ ମଧ୍ୟରେ ଫସି ରହିଛନ୍ତି। ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ଅନେକ ଗ୍ରାମ ପାହାଡିଆ ଅଂଚଳରେ ଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଜଣାପଡିଛି।

- Advertisement -

ଅନେକ ଲୋକଙ୍କୁ ମାଟି ତଳେ ପୋତି ହୋଇ ରହିଥିବା ସେଠାକାର ଗଣମାଧ୍ୟମ କହିଛି। ଇସଲାମିକ ଏମିରେଟର ଉଦ୍ଧାରକାରୀ ଦଳ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତ ତଥା ଆହତମାନଙ୍କୁ ବାହାରକୁ ଆଣିବାକୁ ଚେଷ୍ଟା କରୁଛନ୍ତି।

ଗତ ବର୍ଷ ଅଗଷ୍ଟରେ ଶାସନ ଭାର ସମ୍ଭାଳିଥିବା ତାଲିବାନ ନେତୃତ୍ୱାଧୀନ ସରକାର ପାଇଁ ଏତେ ବଡ ବିପତ୍ତିର ସାମ୍ନା କରିବା ସହଜ ନୁହେଁ। ତେଣୁ ତାଲିବାନ ନେତୃତ୍ୱାଧୀନ ପ୍ରତିରକ୍ଷା ମନ୍ତ୍ରଣାଳୟ ଉଦ୍ଧାର କାର୍ଯ୍ୟକୁ ଆଗେଇ ନେବା ସହ ଅନ୍ତର୍ଜାତୀୟ ସହାୟତା ମିଳିଲେ ତାହା ଗ୍ରହଣ କରାଯିବ ବୋଲି କହିଛି। ଗତ ବର୍ଷ ଠାରୁ ପ୍ରତିବନ୍ଧକ ଯୋଗୁଁ ଆଫଗାନିସ୍ତାନକୁ ବହୁ ଅନ୍ତର୍ଜାତୀୟ ସହାୟତା ବନ୍ଦ ହୋଇଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories