www.samajalive.in
Saturday, December 13, 2025
23.1 C
Bhubaneswar

ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବାଘଗଣନା ଆରମ୍ଭ

ହରଭଙ୍ଗା : ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର କୁଶଙ୍ଗ, ଛମୁଣ୍ଡିଆ, କୁଆଁରିଆ ଏବଂ ବାଣିଗୋଛା (ପଶ୍ଚିମ)ଭଳି ୪ଟି ରେଞରେ ଗୁରୁବାରଠାରୁ ଚଳିତ ବର୍ଷର ବାଘ ଗଣନା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ଚଳିତବର୍ଷ ଛଅଦିନଧରି ଡିଜିଟାଲ ସର୍ଭେ, ଆପ ମାଧ୍ୟମରେ ଏହି ଗଣନା କାର୍ଯ୍ୟ ଚାଲିବ। ଗଣନା କାର୍ଯ୍ୟରେ କୁଶଙ୍ଗ ବନ୍ୟପ୍ରାଣୀ ରେଞର ୧୧ଟି ବିଟରେ ୩୩ଜଣ, ଛାମୁଣ୍ଡିଆ ରେଞର ୧୧ଟି ବିଟରେ ୩୩ଜଣ, ବାଣିଗୋଛା ୦୭ଟି ବିଟରେ ୨୧ଜଣ ଏବଂ କୁଆଁରିଆ ୦୭ଟି ବିଟରେ ୨୧ଜଣକୁ ମିଶାଇ ମୋଟ ଶହେଆଠ ଜଣ ବନ୍ୟପ୍ରାଣୀ କର୍ମଚାରୀ ନିୟୋଜିତ ହୋଇଥିବା ସୂଚନା ମିଳିଛି।ପ୍ରତ୍ୟେକ ବିଟରେ ୩ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ହୋଇଛନ୍ତି। ତିନିଜଣିଆ ଟିମ୍ ଭୋର ସକାଳୁ ସକାଳୁ ଅଭୟାରଣ୍ୟ ମଧ୍ୟରେଥିବା ବିଭିନ୍ନ ବିଟ ଅଂଚଳରେ ବୁଲି ବୁଲି ବନ୍ୟପ୍ରାଣୀଙ୍କ ପାଦଚିହ୍ନ, ମଳ, ଗର୍ଜ୍ଜନ, ରାମ୍ପୁଡା ଦାଗକୁ ଚିହ୍ନଟ କରି ଡିଜିଟାଲ ସର୍ଭେ ଏବଂ ଇକୋଲୋଜିକାଲ ମୋବାଇଲ ଆପ ସାହାଯ୍ୟରେ ବିଭିନ୍ନ ପ୍ରଜାତିର ବାଘ ତଥା ମାଂସାଶୀ ପ୍ରାଣୀ ଏବଂ ତୃଣଭୋଜୀ ପ୍ରାଣୀଙ୍କ ଗଣନା ଚାଲିବ। ପ୍ରତ୍ୟେକ ରେଞରେ ଗୋଟିଏ ଟ୍ରାନିଜିଟରେ ଏହି ଗଣନା କାର୍ଯ୍ୟ ଚାଲିଥିବାବେଳେ ଅଭୟାରଣ୍ୟ ମଧ୍ୟରେ ମହାବଳ ବାଘ, ଚିତାବାଘ, ବଣ କୁକୁର, ରାମଶୀଆଳ ଭଳି ସମସ୍ତ ପ୍ରଜାତିର ମାଂଶାସୀ ଏବଂ ତୃଣଭୋଜୀ ପ୍ରାଣୀଙ୍କ ଗଣନା କରାଯାଉଛି । ପ୍ରଥମ ଦଫାରେ ୧୬ରୁ୧୮ ତିନିଦିନ ପର୍ଯ୍ୟନ୍ତ ମାଂଶାସୀ ପ୍ରାଣୀ, ବଡ ତୃଣଭୋଜି ପ୍ରାଣୀଙ୍କ ସର୍ଭେ କରାଯିବ। ଦ୍ୱିତୀୟ ଦଫାରେ ଅର୍ଥାତ ପର୍ଯ୍ୟନ୍ତ ୧୯ରୁ୨୧ ତିନିଦିନଧରି ତୃଣଭୋଜୀ ପ୍ରାଣୀ, ଟ୍ରାଂଜିଟ୍ ଲାଇନ ସହିତ ବୃକ୍ଷରାଜୀ ଏବଂ ଗୁଳ୍ମଲତାଙ୍କ ପିଆଇପି ଏବଂ ଇକୋଲୋଜିକାଲ ମୋବାଇଲ ଆପ ସାହାଯ୍ୟରେ ସର୍ଭେ କରାଯାଇ ଗଣନା କାର୍ଯ୍ୟ କରାଯିବ ବୋଲି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି। କୁଶଙ୍ଗ, ଛାମୁଣ୍ଡିଆ, ବାଣିଗୋଛା , କୁଆଁରିଆ ଭଳି ୪ରେଞର ଗଣନା କାର୍ଯ୍ୟ ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ତଦାରଖ କରୁଥିବା ସୂଚନା ମିଳିଛି ।

 

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories