www.samajalive.in
Saturday, December 13, 2025
26.1 C
Bhubaneswar

ହୃଦଘାତ ଏବଂ କର୍କଟ ରୋଗର ଆଶଙ୍କାକୁ କମ୍ କରିଥାଏ ନିୟମିତ ରକ୍ତ ଦାନ

ଭୁବନେଶ୍ୱର: ନିୟମିତ ରକ୍ତଦାନ ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଉନ୍ନତ ହେବା ସହିତ ହୃଦୟ ସବୁବେଳେ ସୁସ୍ଥ ଓ ସତେଜ ରହିଥାଏ। ରକ୍ତଦାନ ଫଳରେ ହୃଦଘାତ ଏବଂ କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ। ରକ୍ତଦାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଜଣେ ରକ୍ତଦାତା ୩ରୁ୪ଜଣଙ୍କ ଜୀବନ ରକ୍ଷା କରିଥାଏ ବୋଲି ବିଶ୍ୱ ରକ୍ତଦାତା ଦିବସ ଅବସରରେ ଏମ୍ସ ଭୁବନେଶ୍ୱରରେ ଅନୁଷ୍ଠିତ ସ୍ୱତନ୍ତ୍ର ସଚେତନତାମୂଳକ କାର୍ୟ୍ୟକ୍ରମରେ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

ଏହି କାର୍ୟ୍ୟକ୍ରମରେ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ସ୍ବେଚ୍ଛାକୃତ ରକ୍ତଦାତା, ବିଶେଷକରି ନିୟମିତ ରକ୍ତଦାତା, ରକ୍ତଦାନ ଦ୍ୱାରା ଏଚଆଇଭି, ହେପାଟାଇଟିସ୍ ଜୀବାଣୁ ଏବଂ ଅନ୍ୟାନ୍ୟ ରକ୍ତ ସଂକ୍ରମଣକୁ ରୋକିବାରେ ପ୍ରଥମ ଧାଡ଼ିର ଯୋଦ୍ଧା ପାଲଟନ୍ତି। ସ୍ୱେଚ୍ଛାସେବୀ ଦାତାମାନେ ମଧ୍ୟ ସୁରକ୍ଷିତ ରକ୍ତର ମହତ୍ତ୍ୱ ଜାଣନ୍ତି, ଫଳରେ ସେମାନେ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖନ୍ତି, ଯାହା ରକ୍ତଦାନ ଉଦ୍ଦେଶ୍ୟରେ ରକ୍ତ ଉପାଦାନଗୁଡ଼ିକର ସର୍ବୋଚ୍ଚ ମାତ୍ରା ପାଇଁ ଆବଶ୍ୟକ। ଏହି ଅବସରରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରକ୍ତଦାନ ନିମନ୍ତେ ଆଗେଇ ଆସିବାକୁ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ଆହ୍ୱାନ ଦେଇଥିଲେ।
ଏହି ଦିବସ ପାଳନ ଅବସରରେ ଏମ୍ସ ଭୁବନେଶ୍ୱର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏମ୍ସ ନର୍ସିଂ ଅଧିକାରୀ ଏବଂ ଛାତ୍ରଛାତ୍ରୀଙ୍କ ସମେତ ୫୦ ରୁ ଅଧିକ ରକ୍ତଦାତା ରକ୍ତ ଦାନ କରିଥିଲେ।
ରକ୍ତ କର୍କଟ (କ୍ଲିନିକାଲ୍ ହେମାଟୋଲୋଜି) ବିଭାଗର ଡା.ପ୍ରବୋଧ ଦାସ, ହସ୍ପିଟାଲ ପ୍ରଶାସନ ବିଭାଗର ଡ.ମୁକୁନ୍ଦ ଚନ୍ଦ୍ର ସାହୁ, ସିଏମଏଫଏମ ବିଭାଗର ଡକ୍ଟର ଵିନୋଦ ପାତ୍ର, ଆନାଟୋମୀ ବିଭାଗର ଡ.ପ୍ରଭାସ ରଞ୍ଜନ ତ୍ରିପାଠୀ, ଟ୍ରାନ୍ସଫ୍ୟୁସନ ମେଡିସିନ୍ ବିଭାଗର ଡ.ସୋମନାଥ ମୁଖାର୍ଜୀଙ୍କ ସମେତ ଡକ୍ଟର ଅଂଶୁମାନ ସାହୁ, ଡ.ଦେବାଶିଷ ମିଶ୍ର, ଡକ୍ଟର ପ୍ରିୟମାଧବ ବେହେରା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories