www.samajalive.in
Saturday, December 13, 2025
26.1 C
Bhubaneswar

କାଳବୈଶାଖି ପ୍ରଭାବ, ବଜ୍ରପାତରେ ଜଣେ ଗୁରୁତର

ଆଠଗଡ଼: ଆଠଗଡ଼ ସହର ଓ ଆଖପାଖ ଗ୍ରାମାଞ୍ଚଳରେ ଅପରାହ୍ନ ପ୍ରାୟ ୩ଟା ବେଳେ କାଳବୈଶାଖିର ପ୍ରଭାବରେ ଘଡଘଡି ସହ ବର୍ଷା ଓ ପବନ ହେବା ଫଳରେ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ବିଦ୍ୟୁତ ସରୋବରାହ ବ୍ୟାହତ ହେବା ସହ ବଜ୍ରପାତରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡ଼ିଛି। ଜୋରନ୍ଦା ପଞ୍ଚାୟତ ଅଧିନ ହରିଡାଗହିର ଗ୍ରାମର ଦିବାକର ଘଟୁଆଳ ଘରବାରଣ୍ଡାରେ ବସିଥିବାବେଳେ ବଜ୍ରପାତ ଘଟିବାରୁ ସେ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ଆଠଗଡ଼ ଡାକ୍ତରଖାନା ନେବା ପରେ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ଏବଂ ସେ ବିପଦମୁକ୍ତ ଥିବା ଡାକ୍ତରଖାନା ସୁତ୍ରରୁ ପ୍ରକାଶ। ଏହି କାଳବୈଶାଖି ପ୍ରଭାବରେ ମାତ୍ର ୧୦ମିନିଟ ପବନ ହେବା ଫଳରେ ଆଠଗଡ଼ ସହର ଓ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ଗଛ ଉପୁଡି ଅବା ଡାଳ ଭାଙ୍ଗି ବିଦ୍ୟୁତ୍‍ ଖୁଣ୍ଟ ଭାଙ୍ଗିବା ଓ ତାର ଛିଣ୍ଡିବା ଫଳରେ ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବ୍ୟାହତ ହୋଇଥିଲା। ଟାଟା ପାୱାର କମ୍ପାନୀର ସହକାରୀ ଯନ୍ତ୍ରୀ ପିତବାସ ସାହୁ ଓ ସମରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ କ୍ଷେତ୍ର କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରି ବିଦ୍ୟୁତ ଯୋଗାଣକୁ ରାତି ୮ଟା ସୁଦ୍ଧା ସ୍ୱଭାବିକ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories