www.samajalive.in
Sunday, December 14, 2025
23.1 C
Bhubaneswar

ଆଜି ପୁଣି ରାହୁଲଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ପୁଣି ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଲଗାତର ୩ୟ ଦିନ ପାଇଁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ରାହୁଲ ଗାନ୍ଧୀଙ୍କୁ ସମନ ହୋଇଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲଙ୍କୁ ଗତ ୨ ଦିନରେ ଅନେକ ପ୍ରଶ୍ନ କରିଛି ଇଡି । ହେଲେ ଇଡିର ପ୍ରଶ୍ନରେ ରାହୁଲ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିବା କୁହାଯାଉଛି ।

ଯାହାକୁ ନେଇ ବାରମ୍ୱାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ କରାଯାଉଥିବା ବେଳେ ରାହୁଲଙ୍କୁ ପଚରାଉଚରା କରାଯାଉଛି ।  ଗତ୨ଦିନ ହେଲା ରାହୁଲଙ୍କୁ ୧୯ ଘଣ୍ଟାରୁ ଅଧିକ ଜେରା ହୋଇଛି । ନ୍ୟାସନାଲ ହେରାଲ୍ଡ ମାମଲାରେ ବିଭିନ୍ନ ଦିଗକୁ ନେଇ ରହୁଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁଡ଼ାଇତୁଡ଼ାଇ ଅନେକ ପ୍ରଶ୍ନ କରିଛି ।

- Advertisement -

ସୂଚନା ଥାଉକି ଗତ ୧୩ ତାରିଖରେ ରାହୁଲ ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ । ରାହୁଲଙ୍କୁ ଇଡି ଲଗାତର ୩ଘଣ୍ଟା ଜେରା କରିଥିଲା । ପରେ ମଧ୍ୟାହ୍ନ ସମୟ ହୋଇଥିବାରୁ ଖାଇବାକୁ ବାହାରକୁ ବାହାରିଥିଲେ ରାହୁଲ । ଖାଇସାରିବା ପରେ ପୁଣି ଇଡି ତାଙ୍କୁ ଜେରା କରିଥିଲା । ଗତକାଲି ମଧ୍ୟ ରାହୁଲଙ୍କୁ ଅନେକ ପ୍ରଶ୍ନ କରିଛି ଇଡି ।

ଗତ ୩ ତାରିଖରେ ନେସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ବା (ଇଡି) ରାହୁଲଙ୍କୁ ସମନ କରିଥିଲା । ପୂର୍ବରୁ ମଧ୍ୟ ଏହି ମାମଲାରେ ଇଡି ଗୋଟିଏ ଥର ସମନ କରିସାରିଥିବା ବେଳେ ଏହା ଥିଲା ଇଡିର ଦ୍ବିତୀୟ ଥର ପାଇଁ ସମନ । ସମନ ଅନୁଯାୟୀ ଜୁନ୍‌ ୧୩ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହୋଇଥିଲେ ରାହୁଲ ।

ଏହା ପୂର୍ବରୁ ଜୁନ୍ ୨ ତାରିଖରେ ଇଡି ରାହୁଲଙ୍କୁ ଡକାଇଥିଲା । ହେଲେ ରାହୁଲ ବିଦେଶରେ ଥିବା ଦର୍ଶାଇ ହାଜର ହୋଇନଥିଲେ । ଏହି ମାମଲାରେ ସୋନିଆଙ୍କୁ ମଧ୍ୟ ସମନ ହୋଇଛି । ହେଲେ ତାଙ୍କର ସ୍ୱାସ୍ଥାବସ୍ଥା ଖରାପ ଥିବାରୁ ସେ ୩ ସପ୍ତାହ ଇଡିକୁ ସମୟ ମାଗିଛନ୍ତି ।

 

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories