www.samajalive.in
Sunday, December 7, 2025
18.1 C
Bhubaneswar

ମୋଦୀଙ୍କୁ ଟକ୍କର ଦେବାକୁ କଂଗ୍ରେସରୁ ପ୍ରଚାର କରିବେ ଅବିକଳ ମୋଦୀ

ନୂଆଦିଲ୍ଲୀ: ପ୍ରତିଶ୍ରୁତି ମୁତାବକ ପ୍ରତି ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୫ଲକ୍ଷ ଜମା ହୋଇ ନାହିଁ। ତେଣୁ ମୋଦୀଙ୍କ ଉପରେ ଖପା ଅବିକଳ ମୋଦୀ। ଏହି ବ୍ୟକ୍ତିଙ୍କୁ ୨୦୧୯ରେ ମୋଦୀଙ୍କ ବିରୋଧରେ ଅସ୍ତ୍ର କରି ଓହ୍ଲାଇବାକୁ ଯାଉଛି କଂଗ୍ରେସ। ୨୦୧୯ଲୋକସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ ଆପଣ ମଧ୍ୟ ଏହି ଅବିକଳ ମୋଦୀଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ଦେଖିବାକୁ ପାଇବେ। ଅବିକଳ ଏହି ମୋଦୀଙ୍କ ନାମ ଅଭିନନ୍ଦନ ପାଠକ।
ଉତ୍ତରପ୍ରଦେଶର ସାହାରାନପୁର ଅଞ୍ଚଳ ନିବାସୀ ଅଭିନନ୍ଦନଙ୍କୁ ୨୦୧୫ ଦିଲ୍ଲୀ ନିର୍ବାଚନରେ ବିଜେପି ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା। ଏପରିକି ୨୦୧୭ ୟୁପି ନିର୍ବାଚନରେ ମଧ୍ୟ ବିଜେପି ଶୋଭାଯାତ୍ରାରେ ଅଭିନନ୍ଦନ ଅନ୍ୟତମ ଆକର୍ଷଣର କେନ୍ଦ୍ର ପାଲଟିଥିଲେ।
ତେବେ ପରବର୍ତ୍ତୀ ସମୟରେ ମୋଦୀଙ୍କ ଅବିକଳ ଚେହେରା ଅଭିନନ୍ଦନଙ୍କୁ ବିଚଳିତ କରି ଦେଇଥିଲା। କାରଣ ରାସ୍ତା ଘାଟରେ ଅଭିନନ୍ଦନ ଙ୍କୁ ସ୍ଥାନୀୟ ଲୋକେ ବ୍ୟାଙ୍କ ଆକାଉଣ୍ଟରେ କେବେ ଆସିବ ୧୫ଲକ୍ଷ ଟଙ୍କା ବୋଲି ବ୍ୟଙ୍ଗ କରିବାକୁ ଆରମ୍ଭ କରି ଦେଇଥିଲେ। ଲୋକଙ୍କ ଏଭଳି ପ୍ରଶ୍ନର କୌଣସି ଉତ୍ତର ଦେଇ ନପାରି ଶେଷରେ କଂଗ୍ରେସ ପାଇଁ ପ୍ରଚାର କରିବାକୁ ସ୍ଥିର କରିଛନ୍ତି ଅଭିନନ୍ଦନ ମୋଦୀଙ୍କ ଅବିକଳ ଚେହେରା ନେଇ ୨୦୧୯ ସାଧାରଣ ନିର୍ବାଚନରେ ମୋଦୀଙ୍କ ବିରୋଧରେ ପ୍ରଚାର କରିବେ ଅଭିନନ୍ଦନ ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories