www.samajalive.in
Monday, December 8, 2025
24.1 C
Bhubaneswar

ମିଲ୍କ କେକର ଚାହିଦା

ଆଜିର ସମୟରେ ସବୁଥିରେ ଚାଲିଛି ଅପମିଶ୍ରଣ। ତେବେ ଏଭଳି କେତେକ ଜଳଖିଆ ଓ ମିଠା ଦୋକାନ ଅଛି, ଯେଉଁମାନେ ନିଜ ଶୁଦ୍ଧତା ପାଇଁ ହିଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମଧ୍ୟପ୍ରଦେଶରେ ସଂଖ୍ୟାଧିକ ଦର୍ଶନୀୟ ସ୍ଥାନ ଥିବାବେଳେ ପ୍ରତ୍ୟେକ ପ୍ରାନ୍ତରେ ସ୍ଥାନୀୟ ଅଞ୍ଚଳର ପାରମ୍ପରିକ ସୁଆଦିଆ ବ୍ୟଞ୍ଜନ ମଧ୍ୟ ଗ୍ରାହକଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ। ସେଠାର ଶିବପୁରୀର ‘ମିଲ୍କ କେକ୍’ କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ପ୍ରସିଦ୍ଧ। ଶୁଦ୍ଧ ଦେଶୀ ଗାଈ ଖିର ଓ ଘିଅରେ ପ୍ରସ୍ତୁତ ଏହି କେକ୍‌ କିଲୋ ପିଛ ୧୧୦୦-୧୫୦୦ ଟଙ୍କାରେ ବିକ୍ରି ହୋଇଥାଏ। ସ୍ଥାନୀୟ ଅଞ୍ଚଳର ସୁମତ୍ ମିଲ୍କ କେକ୍ ଦୋକାନ ଏଥିପାଇଁ ପରିଚିତ। ୯୧ ବର୍ଷ ପୁରୁଣା ଏଇ ଦୋକାନରେ କେବଳ ଶୁଦ୍ଧ ସାମଗ୍ରୀର ବ୍ୟବହାର ହେଉଥିଲାବେଳେ ମିଠା ନିମନ୍ତେ ୪ଦିନ ପୂର୍ବରୁ ଲୋକ ବରାଦ୍ ଦେଇଥାନ୍ତି। ନିୟମିତ ଭାବେ ସୁମତ୍‌ ଦୋକାନର ଏହି ମିଲ୍କ କେକ୍ ଦୁବାଇ, ଆମେରିକା ଓ କାନାଡା ରପ୍ତାନୀ ହୋଇଥାଏ। ଏହାର ପ୍ରସ୍ତୁତି ଶୈଳୀ ଖୁବ୍ ସ୍ବତନ୍ତ୍ର ହୋଇଥିବାବେଳେ କେହି ମଧ୍ୟ ଏହାକୁ ଅନୁକରଣ କରି ପ୍ରସ୍ତୁତ କରିପାରିନାହାନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories