www.samajalive.in
Sunday, December 14, 2025
16.1 C
Bhubaneswar

ୟୁକ୍ରେନ୍‌-ରୁଷ ଯୁଦ୍ଧ; ରୁଷର ମିଥ୍ୟା ପ୍ରଚାରକୁ ଖଣ୍ଡନ କଲା ୟୁକ୍ରେନ୍‌

କିଭ୍: ଜାରି ରହିଛି ୟୁକ୍ରେନ୍‌ ଓ ରୁଷ ମଧ୍ୟରେ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଏବେ ବି ଯୁଦ୍ଧ ଜାରି ରହିଥିବା ବେଳେ ୟୁକ୍ରେନ୍‌ ଉପରେ ଘନଘନ ଆକ୍ରମଣ କରୁଛି ରୁଷିଆ । ଯୁଦ୍ଧକୁ ନେଇ ୟୁକ୍ରେନର ପୂର୍ବ ଲୋହାନ୍ସ ଅଞ୍ଚଳର ସାମରିକ ପ୍ରଶାସନର ମୁଖ୍ୟ ପ୍ରତିକ୍ରିୟା ରଖଛନ୍ତି ।  ସେ କହିଛନ୍ତି ବର୍ତ୍ତମାନ ୟୁକ୍ରେନର ଅବସ୍ଥା ବିଗିଡ଼ି ଯାଇଛି । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆମେ ସମସ୍ତ ପ୍ରକାରର ପ୍ରୟାସ କରୁଛୁ । ୟୁକ୍ରେନର ସହର ସେଭେରୋଡନେଟସ୍କ ଉପରେ ରୁଷର ବିଜୟ କଥା ମିଥ୍ୟା ବୋଲି ସେ କହିଛନ୍ତି ।

ସ୍ଥାନୀୟ ଅଞ୍ଚଳର ଜଣେ ଅଧିକାରୀଙ୍କ କହିବା ଅନୁସାରେ ସେଭେରୋଡନେଟସ୍କରେ ରୁଷ ପ୍ରବଳ ଗୁଳିଗୁଳା ବର୍ଷଣ କରିଛି । ସେଭେରୋଡନେଟସ୍କରେ ଅଧିକାଂଶ ଅଂଶ ରୁଷର ସାମରିକ ନିୟନ୍ତ୍ରଣରେ ରହିଛି ।  ବର୍ତ୍ତମାନ ସୁଦ୍ଧା ମଧ୍ୟ ସେଠାରେ ଯୁଦ୍ଧ ଜାରି ରହିଛି ।

- Advertisement -

ସେପଟେ ଏହି ଘଟଣାକୁ ନେଇ ରୁଷର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ପାଶ୍ଚାତ୍ୟ ଦେଶ ମାନଙ୍କୁ ଚେତାବନୀ ଦେଇଛନ୍ତି । ଯୁବ ଉଦ୍ୟୋଗୀ ମାନଙ୍କ ସହ ଏକ ସାକ୍ଷାତ ସମୟରେ ପୁଟିନ କହିଛନ୍ତି ରୁଷ ପରି ଦେଶକୁ ନିୟନ୍ତ୍ରଣ କରିବା ଅସମ୍ଭବ ।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories