୫-ଟି ସଚିବଙ୍କୁ ସାକ୍ଷାତ କଲେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଓ ଉପଧ୍ୟାକ୍ଷ

ଗଞ୍ଜାମ: ଗଞ୍ଜାମ ବ୍ଲକର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ଉପlଧ୍ୟକ୍ଷ ଅନ୍ତଜା ମି ବେହେରା ୫-ଟି ସଚିବ ଭି. କେ ପାଣ୍ଡିଆନଙ୍କୁ ସାକ୍ଷାତ କରିଛନ୍ତି l ବ୍ଲକରେ କିପରି ଉନ୍ନୟନ ମୂଳକ କାର୍ଯ୍ୟ ସଠିକ ରୂପେ ହୋଇପାରିବ ସେଥିପାଇଁ ଯଥା ସାଧ୍ୟ ଉଦ୍ୟମ କରିବା ପାଇଁ ୫-ଟି ସଚିବ ପରାମର୍ଶ ଦେଇଛନ୍ତି l ସାଧାରଣ ଲୋକଙ୍କୁ ସେବା ଯେପରି ସେମାନଙ୍କ ପାଖରେ ପହଞ୍ଚି ପାରିବ ତାହାକୁ ଗୁରୁତ୍ୱ ଦେବାକୁ କହିଥିଲେ ୫-ଟି ସଚିବ l ଏହା ପରେ ଅଧ୍ୟକ୍ଷା ଗଞ୍ଜାମ ବ୍ଲକରେ ନୂତନ ଗୃହ ନିର୍ମାଣ, ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀକୁ ଅନୁମତି, ମେଗା ପାନୀୟ ଜଳ ପ୍ରକଳ୍ପ ବସୁଧାରୁ ବାଦ ପଡ଼ିଥିବା ତିନୋଟି ପଞ୍ଚାୟତ ଯଥା ଖଣ୍ଡଦେଉଳି, ପୋଇରାଶି, ଓ ପାଲଙ୍ଗ ପଂଚାୟତକୁ ସାମିଲ କରିବା ସହ ବ୍ଲକର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଅଧିକ ଉନ୍ନତି ସମ୍ପର୍କରେ ପ୍ରସ୍ତାବ ଦେଇଥିଲେ l

 

kalyan agarbati

Comments are closed.