ୟୁକ୍ରେନ୍-ରୁଷ ଯୁଦ୍ଧ; ରୁଷର ମିଥ୍ୟା ପ୍ରଚାରକୁ ଖଣ୍ଡନ କଲା ୟୁକ୍ରେନ୍
କିଭ୍: ଜାରି ରହିଛି ୟୁକ୍ରେନ୍ ଓ ରୁଷ ମଧ୍ୟରେ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଏବେ ବି ଯୁଦ୍ଧ ଜାରି ରହିଥିବା ବେଳେ ୟୁକ୍ରେନ୍ ଉପରେ ଘନଘନ ଆକ୍ରମଣ କରୁଛି ରୁଷିଆ । ଯୁଦ୍ଧକୁ ନେଇ ୟୁକ୍ରେନର ପୂର୍ବ ଲୋହାନ୍ସ ଅଞ୍ଚଳର ସାମରିକ ପ୍ରଶାସନର ମୁଖ୍ୟ ପ୍ରତିକ୍ରିୟା ରଖଛନ୍ତି । ସେ କହିଛନ୍ତି ବର୍ତ୍ତମାନ ୟୁକ୍ରେନର ଅବସ୍ଥା ବିଗିଡ଼ି ଯାଇଛି । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆମେ ସମସ୍ତ ପ୍ରକାରର ପ୍ରୟାସ କରୁଛୁ । ୟୁକ୍ରେନର ସହର ସେଭେରୋଡନେଟସ୍କ ଉପରେ ରୁଷର ବିଜୟ କଥା ମିଥ୍ୟା ବୋଲି ସେ କହିଛନ୍ତି ।
ସ୍ଥାନୀୟ ଅଞ୍ଚଳର ଜଣେ ଅଧିକାରୀଙ୍କ କହିବା ଅନୁସାରେ ସେଭେରୋଡନେଟସ୍କରେ ରୁଷ ପ୍ରବଳ ଗୁଳିଗୁଳା ବର୍ଷଣ କରିଛି । ସେଭେରୋଡନେଟସ୍କରେ ଅଧିକାଂଶ ଅଂଶ ରୁଷର ସାମରିକ ନିୟନ୍ତ୍ରଣରେ ରହିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ସେଠାରେ ଯୁଦ୍ଧ ଜାରି ରହିଛି ।
ସେପଟେ ଏହି ଘଟଣାକୁ ନେଇ ରୁଷର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ପାଶ୍ଚାତ୍ୟ ଦେଶ ମାନଙ୍କୁ ଚେତାବନୀ ଦେଇଛନ୍ତି । ଯୁବ ଉଦ୍ୟୋଗୀ ମାନଙ୍କ ସହ ଏକ ସାକ୍ଷାତ ସମୟରେ ପୁଟିନ କହିଛନ୍ତି ରୁଷ ପରି ଦେଶକୁ ନିୟନ୍ତ୍ରଣ କରିବା ଅସମ୍ଭବ ।
Comments are closed.