www.samajalive.in
Friday, December 12, 2025
14.1 C
Bhubaneswar

ମା’ ବରାଳଦେବୀଙ୍କ ପୂଜାଉତ୍ସବ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ ବନ୍ଧଗଡ଼ ସ୍ଥିତ ମା’ ବରାଳଦେବୀଙ୍କ ବାର୍ଷିକ ପୂଜା ଉତ୍ସବ ମହାଆଡ଼ମ୍ବର ସହିତ ଆରମ୍ଭ ହୋଇଛି । ତିନିଦିନ ଧରି ଅନୁଷ୍ଠିତ ହେବ ଏହି ପୂଜା ଉତ୍ସବ କାର୍ଯ୍ୟକ୍ରମ । ଗତକାଲି ଆରମ୍ଭ ଦିନରେ ହିଁ ହଜାର ହଜାର ଭକ୍ତଙ୍କ ସାମଗମ ଦେଖାଯାଇଛି । ତିନିଦିନ ଧରି ଚାଲୁଥିବା ଏହି ଉତ୍ସବରେ ଜିଲ୍ଲା ଓ ଜିଲ୍ଲା ବାହାରର ବହୁ ସଂଖ୍ୟରେ ଭକ୍ତ ମାନେ ସାମିଲ୍‌ ହୋଇ ନିଜର ମାନସିକ ପୁରଣ ପାଇଁ ପୂଜାପାଠ କରିଥାନ୍ତି । ଗ୍ରାମ ପରିଚାଳନା କମିଟି ଓ ବନ୍ଧଗଡ଼ ସ୍ଥିତ ଫ୍ରେଣ୍ଡସ୍‌ ଯୁବକ ସଂଘର ମିଳିତ ସହଯୋଗର ବିଭିନ୍ନ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ପୂଜା ଉତ୍ସବ ଅବସରରେ ଭଜନ ସନ୍ଧ୍ୟା ଓ ପୌରାଣିକ ନାଟକ ମଧ୍ୟ ପରିବେଷଣ ହେଉଛି ।

ମନ୍ଦିର ପରିଚାଳନା କମିଟିର ସଭାପତି ଗୋପବନ୍ଧୁ ବିଶୋୟୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପୂଜା ଉତ୍ସବ ପାଳନରେ ଉପସଭାପତି ଦଶରଥ ଦେହୁରୀ , ସଂପାଦକ ପ୍ରଫୁଲ୍ଲ ବିନ୍ଧାଣୀ ଓ କୋଷାଧ୍ୟକ୍ଷ ଅଭୟ ବାରିକଙ୍କ ସହିତ ଉପଦେଷ୍ଟା ପ୍ରଦୀପ କୁମାର ସାହୁ , ଅଶୋକ ଦେହୁରୀ , ସହଦେବ ନାୟକ , ରବୀନ୍ଦ୍ର ଭୁକ୍ତା ଓ ପ୍ରକା ରଣାଙ୍କ ସମେତ ଯୁବକ ସଂଘର ସଦସ୍ୟମାନେ ସହଯୋଗ କରୁଛନ୍ତି ।  ପାରମ୍ପାରିକ ପ୍ରଭାରେ ଗାଁରେ ପ୍ରମଣ ସହିତ ନିତି ଓ ନିଷ୍ଠାର ସହିତ ପୂଜାର୍ଚ୍ଚନା କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories