www.samajalive.in
Friday, December 12, 2025
27.1 C
Bhubaneswar

୧୯ ବର୍ଷରୁ କମ୍ ଏସିଆ କପ୍‍ କ୍ରିକେଟ : ଫାଇନାଲରେ ଭାରତ

ଢାକା : ଭାରତ ଏଠାରେ ଚାଲିଥିବା ୧୯ ବର୍ଷରୁ କମ ଏସିଆ କପ୍‍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଖେଳାଯାଇଥିବା ଉତ୍କଣ୍ଠାପୂର୍ଣ୍ଣ ସେମିଫାଇନାଲ ମ୍ୟାଚରେ ଭାରତ ମାତ୍ର ୨ ରନରେ ଆୟୋଜକ ବାଂଲାଦେଶକୁ ପରାସ୍ତ କରିଛି। ଟସ୍‍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୧୭୨ ରନରେ ଅଲଆଉଟ ହୋଇଥିଲା। ଜବାବରେ ବାଂଲାଦେଶ ୧୭୦ ରନ କରି ସମସ୍ତ ଖେଳାଳି ଆଉଟ ହୋଇଥିଲେ।
ଭାରତୀୟ ଅଧିନାୟକ ସିମ୍ରନ ସିଂହ ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳୀୟ ସ୍କୋର ୩ ରନରେ ଭାରତ ଓପନର ଦେବଦତ୍ତ ପଡିକଲଙ୍କ (୧) ୱିକେଟ ହରାଇଥିଲା। ଯଶସ୍ୱୀ ଜୟସ୍ୱାଲ ଓ ଅନୁଜ ରାୱତ ୨ୟ ୱିକେଟ ପାଇଁ ୬୬ ରନ ସଂଗ୍ରହ କରିଥିବାବେଳେ ଅନୁଜ ବ୍ୟକ୍ତିଗତ ୩୫ ରନ କରି ଆଉଟ ହୋଇଥିଲେ। ୮ ରନ ବ୍ୟବଧାନରେ ଭାରତ ସିମ୍ରନ ସିଂହ (୦), ୟଶ ରାଠୋର (୨) ଓ ଜୟସ୍ୱାଲ (୩୭)ଙ୍କ ୱିକେଟ ହରାଇଥିଲା। ମଧ୍ୟକ୍ରମରେ ଆୟୁଷ ବାଦୋନିଙ୍କ ୨୮ ଓ ସମୀର ଚୌଧୁରୀଙ୍କ (୩୬) ରନକୁ ଆଧାର କରି ଭାରତ ୪୯.୩ ଓଭରରେ ୧୭୨ ରନରେ ଅଲଆଉଟ ହୋଇଥିଲା। ବାଂଲାଦେଶ ପକ୍ଷରୁ ସୋରିଫୁଲ ଇସଲାମ ୩ଟି ୱିକେଟ ପାଇଥିଲେ। ୧୭୩ ରନ୍‍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ବାଂଲାଦେଶ ଏକଦା ୬୫ ରନରେ ୫ଟି ୱିକେଟ ହରାଇ ଅସୁବିଧାର ସମ୍ମୁଖୀନ ହୋଇଥିଲା। ତେବେ ସମିମ ହୁସେନ ଓ ଆକବର ଅଲ୍ଲୀ ୬ଷ୍ଠ ୱିକେଟ ପାଇଁ ୭୪ ରନ କରି ବିଜୟ ଆଶାକୁ ଉଜ୍ଜୀବିତ ରଖିଥିଲେ। ଏହି ଯୋଡି କ୍ରିଜରେ ଜମିଆସୁଥିବାବେଳେ ଆକବର ୪୫ ରନ କରି ଆଉଟ ହେବାଫଳରେ ବାଂଲାଦେଶର ଅଭିଯାନ ବାଧାପ୍ରାପ୍ତ ହୋଇଥିଲା। ସମିମ୍‍ ଗୋଟିଏପଟେ ସତର୍କତାର ସହ ବ୍ୟାଟିଂ ଜାରି ରଖିଥିବାବେଳେ ଅନ୍ୟପଟରୁ ନିୟମିତ ବ୍ୟବଧାନରେ ୱିକେଟର ପତନ ଘଟିଥିଲା। ଦଳୀୟ ସ୍କୋର ୧୬୧ ରନରେ ସମିମ୍‍ ୫୯ ରନ କରି ଅଷ୍ଟମ ଖେଳାଳିଭାବେ ଆଉଟ ହୋଇଥିଲେ। ଏହି ସମୟରେ ହାତରେ ୨ଟି ୱିକେଟ ଥାଇ ବାଂଲାଦେଶ ବିଜୟ ପାଇଁ ଆହୁରି ୧୨ ରନ ଆବଶ୍ୟକ କରୁଥିଲା। ମୀନାଜୁର ହେମାନ (୬) ଶେଷ ଖେଳାଳିଭାବେ ରନଆଉଟ ହେବାରୁ ବାଂଲାଦେଶ ୪୬.୨ ଓଭରରେ ୧୭୦ ରନରେ ଅଲଆଉଟ ହୋଇଥିଲା। ଭାରତ ପକ୍ଷରୁ ମୋହିତ ଜାଙ୍ଗ୍ରା ଓ ସିଦ୍ଧାର୍ଥ ଦେଶାଇ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବାବେଳେ ହର୍ଷ ତ୍ୟାଗୀଙ୍କୁ ୨ଟି ୱିକେଟ ମିଳିଥିଲା। ଶୁକ୍ରବାର ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାକୁ ଭାରତ ଫାଇନାଲରେ (୭ ଅକ୍ଟୋବର) ଭେଟିବ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories