ଆଠଗଡ଼଼: ଆଠଗଡ଼଼ ଥାନା ଅନ୍ତର୍ଗତ ଖୁଣ୍ଟକଟା ପଞ୍ଚାୟତ ଅଧିନ ରାଧାଦର୍ଶନପୁର ଗ୍ରାମରେ ଥିବା ଏକ ଗଭୀର କୂଅରେ ଖସିପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ଆଠଗଡ଼଼ ଦମକଳ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡ଼ିଛି। ରାଧାଦର୍ଶନପୁରର ଭରତଚନ୍ଦ୍ର ପ୍ରଧାନ(୪୫) ଏକ ଗଭୀର କୂଅ ବାଡାରେ ବସିଥିବା ବେଳେ ଅସାବଧାନତା ବଶତଃ କୂଅ ମଧ୍ୟକୁ ଖସି ପଡ଼ିଥିଲେ। ପ୍ରାୟ ୪୦ଫୁଟ ଗଭୀର କୂଅ ମଧ୍ୟରେ ସେ ପଡ଼ିଯିବା ଦେଖି ଗ୍ରାମର କିଛି ଲୋକ ଦମକଳ ବାହିନୀକୁ ଖବର ଦେଇଥିଲେ। ଆଗ୍ନିକ ଅନିଲ ବେହେରା, ଭାଗୀରଥି ଦେହୁରୀ, ରାକେଶ କୁମାର ସାମଲ, ପବିତ୍ର ସିଂହ, ସୁଶାନ୍ତ କୁମାର ରାଉତ ଓ ଦିପେନ ସାହୁ ପ୍ରମୁଖ ସଂପୃକ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ କୂଅ ମଧ୍ୟରୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ତାଙ୍କୁ ଆଠଗଡ଼଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ ବିପଦମୁକ୍ତ ଥିବାରୁ ଛାଡି ଦିଆଯାଇଥିଲା।
Popular Categories



