ରଥଯାତ୍ର ଓ ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ, ସ୍ନାନ ମଣ୍ଡପରେ ୩ ଘଣ୍ଟା ଦର୍ଶନ ସୁଯୋଗ

ଭୁବନେଶ୍ବର: ଶ୍ରୀମନ୍ଦିର ପରିଚାଳନା କମିଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରଥଯାତ୍ର ଓ ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ; ବ୍ୟବସ୍ଥାବଳିରେ ମୋହର ଲାଗିଥିବାବେଳେ ହାତୀବେଶ ଦର୍ଶନ ନିମନ୍ତେ ଭକ୍ତମାନଙ୍କୁ ସୁଯୋଗ ମିଳିବ। ମଙ୍ଗଳ ଆଳତି ପରେ ସ୍ନାନ ମଣ୍ଡପକୁ ଯାଇ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ସ୍ନାନ ମଣ୍ଡପ ଉପରକୁ ଯାଇ ଦର୍ଶନ କରିବାକୁ ୩ ଘଣ୍ଟା ସମୟ ଲାଗିବ। ସ୍ନାନ ମଣ୍ଡପରେ ଦର୍ଶନବେଳେ ମହାପ୍ରଭୁଙ୍କୁ ଭକ୍ତମାନେ ଛୁଇଁ ପାରିବେନି ବୋଲି ନିଷ୍ପତ୍ତି ନିଆଯାଇଛି।

 

prayash

ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ, ଏସପିଙ୍କ ସମେତ ବିଭିନ୍ନ ସେବାୟତ ପ୍ରତିନିଧି ଓ ଅନ୍ୟାନ୍ୟ ସଦସ୍ୟ ଯୋଗଦେଇଥିଲେ। ପରିଚାଳନା କମିଟି ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ନୀତି ନିର୍ଘଣ୍ଟ କରାଯାଇଛି। ଏଥିସହ ରଥଯାତ୍ରାକୁ କିଭଳି ଶୃଙ୍ଖଳିତ ଭାବେ ସମାପନ କରାଯିବ ସେନେଇ ମଧ୍ୟ ଆଲୋଚନା ହୋଇଛି।

kalyan agarbati

Comments are closed.