www.samajalive.in
Wednesday, December 10, 2025
14.1 C
Bhubaneswar

ଦାନ୍ତର ଯନ୍ତ୍ରଣା କମାଇବା ପାଇଁ କିଛି ଘରୋଇ ଉପଚାର

ଭୁଲ ସମୟରେ ଖାଇବା, ଅଧିକ ଛଣାଛଣି ଖାଦ୍ୟର ସେବନ , ଅତ୍ୟଧିକ ମୃଦ୍ୟୁ ପାନୀୟ ପିଇବା ଦ୍ୱାରା, ଦାନ୍ତକୁ ସଠିକ୍ ଭାବରେ ସଫା ନକରିବା  ଏବଂ ପାନ ଖାଇବା ଦ୍ୱାରା ଦାନ୍ତ ଖରାପ ହୋଇଥାଏ ଏବଂ ଯନ୍ତ୍ରଣା ହୋଇଥାଏ। ଜାଣନ୍ତୁ ଦାନ୍ତର ଯନ୍ତ୍ରଣା କମାଇବା ପାଇଁ କିଛି ଘରୋଇ ଉପଚାର।
ଦାନ୍ତରେ ୧ ବା ୨ ବୁନ୍ଦା ଲବଙ୍ଗ ତେଲ ଲଗାଇବା ଦ୍ବାରା ବହୁତ ଆରାମ ମିଳିଥାଏ।

ଏକ ଚାମଚ ଲେମ୍ବୁ ରସ ସହ ଏକ ଚୁଟକି ହେଙ୍ଗୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଦାନ୍ତରେ ଲଗାଇବା ଦ୍ବାରା ଯନ୍ତ୍ରଣା ଯଥେଷ୍ଟ କମିଥାଏ।

- Advertisement -

ଯନ୍ତ୍ରଣାଦାୟକ ଦାନ୍ତରେ ପିଆଜ ଖଣ୍ଡ ଲଗାଇଲେ ଯନ୍ତ୍ରଣା କମିଥାଏ।
ଗୋଟିଏ ବା ଦୁଇଟି ରସୁଣ କୋଲା ଏବଂ ପଥର ଲୁଣକୁ ପେଷ୍ଟ ପ୍ରସ୍ତୁତ କରି ଦିନକୁ ଅତି କମରେ ଦୁଇଥର ଯନ୍ତ୍ରଣାଦାୟକ ଦାନ୍ତରେ ଲଗାନ୍ତୁ। ଏହା ଦ୍ୱାରା ଯନ୍ତ୍ରଣା କମିଥାଏ।

ଏକ ଚାମଚ ଲୁଣକୁ ଏକ ଗ୍ଲାସ ଉଷୁମ ପାଣିରେ ଦିନକୁ ୨ ଥର କୁଳି କରିବା ଦ୍ବାରା ଦାନ୍ତ ଯନ୍ତ୍ରଣା ଦୂର ହୁଏ।

ଅନୁସନ୍ଧାନ ଅନୁଯାୟୀ, ପୁଦିନା ପତ୍ରକୁ ପାଣିରେ ଫୁଟାନ୍ତୁ ଏବଂ ଥଣ୍ଡା କରି ​ସେହି​‌ ପାଣିରେ କୁଳି କରିବା ଦ୍ବାରା ଦାନ୍ତ ଯନ୍ତ୍ରଣାରୁ ଆରାମ ମିଳିଥାଏ।

ଏକ ଚୁଟକି ଡାଲଚିନି ପାଉଡର ଏବଂ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ  ଦାନ୍ତରେ ଲଗାଇଲେ ଯନ୍ତ୍ରଣା ଦୂର ହୁଏ।

ଏକ ଗ୍ଲାସ୍ ଉଷୁମ ପାଣିରେ ଏକ ଚୁଟକି ବେକିଂ ସୋଡା ପକାଇ କୁଳି କରିବା ଦ୍ବାରା ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories