www.samajalive.in
Friday, December 5, 2025
26.1 C
Bhubaneswar

ପୁରୀରେ ହିଂସାକାଣ୍ଡ ଘଟଣା , ୬୦ ଜଣଙ୍କ ନାମରେ ୧୬ଟି ଦଫାରେ ମାମଲା ରୁଜୁ

ପୁରୀ: ବୁଧବାରରେ ଶ୍ରୀମନ୍ଦିରରେ ଧାଡି ଦର୍ଶନକୁ ବିରୋଧ କରି ବନ୍ଦ ପାଳନ ସମୟରେ ହିଂସା କାଣ୍ଡ ଘଟାଇଥିବା ଅଭିଯୋଗରେ ୬୦ ଜଣଙ୍କ ନାମରେ  ୧୬ଟି ଦଫାରେ ମାମଲା ରୁଜୁ କରାଯାଇଛି । ସରକାରୀ ସମ୍ପତ୍ତିକୁ ନଷ୍ଟ କରିବା , ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ଚାଉଳ, ଟଙ୍କା ଲୁଟ କରିବା , ଡକାୟତି ଉଦ୍ୟମ, ପୁଲିସକୁ ଆକ୍ରମଣ, ପୁଲିସକୁ ହତ୍ୟା ଉଦ୍ୟମ ଘଟଣାରେ ମାମଲା ରୁଜୁ କରାଯାଇଛି । ପୁଲିସ ମହାନିର୍ଦେଶକ ଆରପି ଶର୍ମା  ପୁରୀ ପରିଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ସହ ଶ୍ରୀମନ୍ଦିର ନିକଟରେ ଥିବା ଫାଣ୍ଡି ଓ ଥାନାକୁ ପରିଦର୍ଶନ କରିଛନ୍ତି ।  ପୁଲିସ ମହାନିର୍ଦେଶକଙ୍କ ସହ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଘଟଣାର ସମୀକ୍ଷା କରିଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ମହାନିର୍ଦେଶକ ସୂଚନା ଦେଇଛନ୍ତି । ଏନେଇ ସିସିଟିଭି ଫୁଟେଜ୍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ।

ବୁଧବାରରେ ପୁରୀରେ ବନ୍ଦ ସମୟରେ ଘଟିଥିବା ସମ୍ପୃର୍ଣ୍ଣ ଘଟଣାର ଭିଡିଓ କ୍ଳିପ୍ ଓ ରିପୋର୍ଟ  ସୁପ୍ରିମ କୋର୍ଟଙ୍କ ଆମିକସକ୍ୟୁରୀ(କୋର୍ଟ ମିତ୍ର) ଗୋପାଳ ସୁବ୍ରମଣ୍ୟମ୍ ମାଗିଛନ୍ତି । କେଉଁ ପରିସ୍ଥିତିରେ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ବ୍ୟାହତ ହେଲା ଏବଂ କିଏ କେଉଁ ପରିସ୍ଥିତିରେ ବ୍ୟାରିକେଡ ଭାଙ୍ଗି ବିଶୃଙ୍ଖଳା ସୃଷ୍ଟି କଲେ, ତାହାର ସମସ୍ତ ତଥ୍ୟ, ଫଟୋ ଓ ଭିଡିଓ ଆମିକସକ୍ୟୁରୀ(କୋର୍ଟ ମିତ୍ର)ଙ୍କୁ ଦିଆଯିବ । ଏହି ଘଟଣାକୁ ନେଇ ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ ଅତ୍ୟନ୍ତ ମର୍ମାହତ ହୋଇଛନ୍ତି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ପରୀକ୍ଷା ମୂଳକ ଭାବେ ଧାଡି ବ୍ୟବସ୍ଥା କରାଯାଇଥିଲା ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

- Advertisement -

ବୁଧବାରର ଘଟଣା ପରେ  ବଡଦାଣ୍ଡରେ ଲଙ୍କାକାଣ୍ଡ ଘଟିଲା ଥିଲା।ଏହାପରେ ୧୪୪ ଧାରା ଲାଗୁ କରାଯାଇଥିଲା । ଏନେଇ ଶାନ୍ତି କମିଟି ବୈଠକ ବସିଥିଲା। ପୁରୀ ଲୋକମାନେ ଶ୍ରୀଜିଉଙ୍କ ଦର୍ଶନ କାଇଁ ଧାଡି ନ ଆସି ମନ୍ଦିରର ୪ ଦ୍ୱାର ଦେଇ  ଶ୍ରୀମନ୍ଦିରରେ ପ୍ରବେଶ କରି ପାରିବେ  । ଏଥିପାଇଁ ନିଜ ପରିଚୟ ପତ୍ର ଆଣିବାକୁ ବାଧ୍ୟତାମୂଳକ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ସେବାୟତମାନଙ୍କ ପରିବାର ବିନା ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ । ସେମାନଙ୍କ ପାଇଁ କୌଣସି ବାଧା ରହିବ ନାହିଁ ବୋଲି ଶାନ୍ତି କମିଟି ବୈଠକରେ କୁହାଯାଇଛି । ଲାଗୁ ହୋଇଥିବା ୧୪୪ ଧାରାକୁ ହଟାଇ ଦିଆଯାଇଛି ।

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories