www.samajalive.in
Friday, December 5, 2025
20.1 C
Bhubaneswar

ଯୁବତୀଙ୍କ ନାମରେ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀର ସୀମାପୁର ଅଞ୍ଚଳରେ ଘଟିଥିବା ଏକ ବଳାତ୍କାର ମାମଲାରେ ୨ଜଣ ବ୍ୟକ୍ତିଙ୍କ ସମେତ ଜନୈକା ମହିଳାଙ୍କୁ ଅଭିଯୁକ୍ତ ତାଲିକାରେ ରଖାଯାଇଛି। ବ୍ୟବସାୟରେ ଅର୍ଥବିନିଯୋଗ କରି ପ୍ରଚୁର ଲାଭ କରିବାର ପ୍ରଲୋଭନ ଦେଖାଇ ଜନୈକା ୨୫ବର୍ଷିୟା ମହିଳାଙ୍କୁ ୨ଜଣ ବ୍ୟକ୍ତି ବଳାତ୍କାର କରିଛନ୍ତି। ଏହି ଘଟଣାରେ  ଜନୈକା ୧୯ବର୍ଷିୟା ଯୁବତୀ ମଧ୍ୟ ମହିଳାଙ୍କୁ ଶାରୀରିକ ଶୋଷଣ କରିଥିବା ଅଭିଯୋଗ ହୋଇଛି।
ସୀମାପୁର ଥାନାରେ ଏ ସଂକ୍ରାନ୍ତରେ ମାମଲା ରୁଜୁ କରାଯାଇଛି। ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ମହିଳାଜଣକ ବୟାନ ଦେଇଛନ୍ତି। ପୀଡ଼ିତା ମହିଳା ଗୁରୁଗ୍ରାମରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟରତ ଥିଲେ। କିଛି ମାସ ପୂର୍ବେ ସେ ଚାକିରି ଛାଡ଼ି ନିଜସ୍ୱ ବ୍ୟବସାୟ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଏହି ସମୟରେ ମହିଳାଙ୍କ ସହ ଉପରୋକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ ସହ ପରିଚୟ ହୋଇଥିଲା। ଉକ୍ତ ବ୍ୟକ୍ତିଜଣକ ଏକ ଆଇଟି କମ୍ପାନୀରେ ବରିଷ୍ଠ ସହାୟକଭାବେ କାର୍ଯ୍ୟରତ ଥିଲେ। ଏହି ବ୍ୟକ୍ତିଙ୍କ ମାଧ୍ୟମରେ ପୀଡ଼ିତାଙ୍କ ଅନ୍ୟ ୨ ଅଭିଯୁକ୍ତଙ୍କ ସହ ପରିଚୟ ହୋଇଥିଲା। ପରେ ସମସ୍ତେ ଏକତ୍ରିତ ଅନଲାଇନରେ କପଡ଼ା ବ୍ୟବସାୟ କରିବାରେ ସହମତି ହୋଇଥିଲେ। ବ୍ୟବସାୟକୁ ଦୃଷ୍ଟିରେ ରଖି ମହିଳା ଜଣକ ପଞ୍ଜାବରୁ ବ୍ୟବସାୟ ସମ୍ପର୍କିତ ପାଠ୍ୟକ୍ରମ ମଧ୍ୟ କରିଥିଲେ। ଦିନେ ଅଭିଯୁକ୍ତମାନେ ମହିଳାଙ୍କୁ ବ୍ୟବସାୟ ପାଇଁ ୧.୫ଲକ୍ଷ ଟଙ୍କା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ମହିଳାଜଣକ ନିଜ ପିତାଙ୍କ ପାଖରୁ ଉକ୍ତ ଟଙ୍କା ନେଇ ବ୍ୟବସାୟୀ ସହଯୋଗୀଙ୍କୁ ଦେବାକୁ ଯାଇଥିଲେ। ଦିଲ୍ଲୀର ଦିଲଶାଦ କଲୋନୀକୁ ଟଙ୍କା ନେଇ ଆସିବା ପାଇଁ ମହିଳାଙ୍କୁ କୁହାଯାଇଥିଲା। ମହିଳା ଜଣକ ସେଠାରେ ପହଞ୍ଚିବା ପରେ ତାଙ୍କୁ ବଳାତ୍କାର କରାଯିବା ସହ ଏହାର ଭିଡିଓ ଉତ୍ତୋଳନ କରାଯାଇ ଥିଲା। ଉଭୟ ବ୍ୟକ୍ତିଙ୍କ ସମେତ ଅଭିଯୁକ୍ତ ଯୁବତୀଜଣକ ମଧ୍ୟ ପୀଡ଼ିତାଙ୍କୁ ଶୋଷଣ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଥିବାବେଳେ ଅନ୍ୟ ଅଭିଯୁକ୍ତଙ୍କ ତଲାସ ଜାରି ରହିଛି ବୋଲି ସ୍ଥାନୀୟ ଡିସିପି ମେଘନା ଯାଦବ ସୂଚନା ଦେଇଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories