www.samajalive.in
Sunday, December 7, 2025
13.1 C
Bhubaneswar

ସରକାର ନେଲେ ନିଷ୍ପତ୍ତି; ୧୭ବନ୍ଦୀଙ୍କୁ ମିଳିବ ମୁକ୍ତି

ଭୁବନେଶ୍ୱର : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆସନ୍ତା ଶୁକ୍ରବାର ରାଜ୍ୟର ୧୧ଟି କାରାଗାରରୁ ୧୭ଜଣ ବନ୍ଦୀଙ୍କୁ ମୁକ୍ତି ମିଳିବ। ସେଥିମଧ୍ୟରେ ୧୫ଜଣ ପୁରୁଷ ବର୍ଗର ଥିବାବେଳେ ୨ଜଣ ମହିଳା ଅଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ବନ୍ଦୀମାନଙ୍କ ପରିବାରରେ ଖୁସିର ଲହରୀ ଖେଳି ଯାଇଛି। ଏନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ବୁଧବାର ବନ୍ଦୀମାନଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରି ମୁକ୍ତି ଦେବାପାଇଁ ଅତିରିକ୍ତ ମହାନିର୍ଦେଶକ(କାରାଗାର)ଙ୍କୁ ପତ୍ର ଲେଖି ଅବଗତ କରାଯାଇଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡ. ସନ୍ତୋଷ ବାଲା ଏସଂକ୍ରାନ୍ତରେ କାରାଗାର ଏଡିଜିଙ୍କୁ ଦେଇଥିବା ପତ୍ରରେ କଟକ ଚୌଦ୍ୱାର ସର୍କଲ ଜେଲର ଆନନ୍ଦ କୁମାର ସାହୁ, ଜଗନ ଭୋଇ ଓ ଟୁକୁ ଦେହୁରୀଙ୍କୁ ଆସନ୍ତା ୫ତାରିଖରେ ମୁକ୍ତି ପାଇଁ ଦର୍ଶାଯାଇଛି। ସେହିପରି ବାରିପଦା ସର୍କଲ ଜେଲରେ ସଜା କାଟୁଥିବା ଜଗନ୍ନାଥ ଦାସ, ବ୍ରହ୍ମପୁର ଜେଲରେ ଥିବା ବନମାଳୀ ଦାସ, କୋରାପୁଟ ଜେଲରେ ଅଲେଖ ଚନ୍ଦ୍ର ମିଶ୍ର ଓ ଘାସି ଅମାନତ୍ୟ, କେନ୍ଦୁଝର ଜିଲା ଜେଲରେ ଥିବା କଏଦୀ ସୋନୁ ମୁଣ୍ଡା, ପୁରୀ ଜିଲା କାରାଗାରରେ ଥିବା କାହ୍ନୁ ଚରଣ ମହାନ୍ତି ଓ ରବି ସାହୁ, ବଲାଙ୍ଗୀର ଜେଲରେ ଥିବା ଦେବରାଜ ରଣାଙ୍କ ସହିତ ସମ୍ବଲପୁର ଜେଲରେ ସଜା କାଟୁଥିବା ମହିଳା ଚଣ୍ଡେଶ୍ୱରୀ ବେହେରା ଓ ଯାଜ୍ଞସେନୀ ବେହେରାଙ୍କୁ ଉକ୍ତଦିନ ମୁକ୍ତି ମିଳିବ। ଏହାବାଦ୍‍ ବଣାଇଁଗଡ କାରଗାରରେ ଥିବା ଦୁର୍ଯ୍ୟୋଧନ ପାତ୍ର, ଦେବଗଡ଼ର ସ୍ୱତନ୍ତ୍ର କାରଗାରରେ ଥିବା ବଳଭଦ୍ର ପ୍ରଧାନ, ଚମ୍ପୁଆ ଉପକାରଗାରରେ ଥିବା ଅମର ନାୟକଙ୍କ ସହିତ ଢ଼େଙ୍କାନାଳ ଜିଲା କାରଗାରରେ ଥିବା ସନାତନ ମିଶ୍ରଙ୍କୁ ମଧ୍ୟ ସରକାର ମୁକ୍ତି ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ ଯୋଗ୍ୟ ଯେ ଅକ୍ଟୋବର ୨ ତାରିଖ ତଥା ଗାନ୍ଧୀ ଜୟନ୍ତୀରେ ବନ୍ଦୀମାନଙ୍କୁ ମୁକ୍ତି ଦେବା ଲାଗି କେନ୍ଦ୍ର ସରକାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଅଗଷ୍ଟ ୨୦ତାରିଖରେ ସବୁ ରାଜ୍ୟକୁ ବନ୍ଦୀମାନଙ୍କୁ ମୁକ୍ତି ଦେବାଲାଗି ନିର୍ଦେଶ ଦିଆଯାଇଥିଲା। ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶାରେ କେତେ ବନ୍ଦୀ କେଉଁ କାରାଗାରରେ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରେ କେଉଁ ବର୍ଗର କେତେଜଣ ୫୦ ପ୍ରତିଶତରୁ ଅଧିକ ସମୟ ଅତିବାହିତ କରି ସାରିଲେଣି ସେନେଇ ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଥିଲେ। ଶ୍ରୀ ସିଂହ ସରକାରଙ୍କୁ ପତ୍ର ଲେଖି ଦର୍ଶାଇଥିଲେ ଯେ ଅକ୍ଟୋବର ୨ତାରିଖରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପଡୁଥିବାରୁ ଏହାକୁ କେନ୍ଦ୍ର ସରକାର ପାଳନ କରିବେ।
ଏହି ଦିବସରେ ଦେଶର ବିଭିନ୍ନ ଜେଲରେ ଥିବା ବନ୍ଦୀମାନଙ୍କ ମଧ୍ୟରୁ କେତେକ ବର୍ଗର ବନ୍ଦୀଙ୍କୁ ମୁକ୍ତି କରିବାପାଇଁ କେନ୍ଦ୍ର ସରକାର ନିକଟରେ କ୍ୟାବିନେଟ୍‍ ବୈଠକରେ ନିଷ୍ପତ୍ତି ନେଇଥିଲେ। ଉକ୍ତଦିନ ବନ୍ଦୀମାନଙ୍କୁ ମୁକ୍ତି ଦିଆଗଲେ ଏହା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କେନ୍ଦ୍ର ସରକାର ସମସ୍ତ ପ୍ରସ୍ତୁତ କରିଥିଲେ। ମାତ୍ର କେତେକ ଅନିବାର୍ଯ୍ୟ କାରଣବଶତଃ ଏହି କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଥିଲା। ଏହାକୁ ନେଇ ବନ୍ଦୀଙ୍କ ପରିବାର ମଧ୍ୟରେ ଆଶା ଓ ଆଶଙ୍କା ଦେଖାଦେଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories