www.samajalive.in
Sunday, December 14, 2025
16.1 C
Bhubaneswar

ଚମକି ଉଠିବ ତ୍ୱଚା : ଆପଣାଇଲେ ଏହି ଘରୋଇ ଉପାୟ

ବର୍ତ୍ତମାନ କର୍ମ ବ୍ୟସ୍ତତା ଓ ସମୟର ଅଭାବ ହେତୁ ସଭିଏଁ ମୁହଁର ଠିକ ଭାବେ ଯତ୍ନ ନେଇପାରିନଥାଆନ୍ତି। ଏହାସହ ଦାଗ, ବ୍ରଣ ସଭିଁଙ୍କ ପାଇଁ ମଧ୍ୟ ବିରାଟ ସମସ୍ୟା ପାଲଟିଛି। ନିଜ ପାଇଁ ସ୍ୱଳ୍ପ ସମୟ ଦେଇ ଆପଣ ସାଧାରଣ ଘରୋଇ ଉପାୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଜାଣନ୍ତୁ ତାହା କ’ଣ……
କଦଳୀକୁ ଚକଟି ଏଥିରେ କ୍ଷୀର ମିଶାନ୍ତୁ। ଏହି ମିଶ୍ରଣକୁ ତ୍ୱଚାରେ ଲଗାନ୍ତୁ। ଯେଉଁ ସମୟରେ ଏହା ଭଲ ଭାବେ ଶୁଖିଯିବ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ରୁ ୩ଥର ଏହାକୁ ବ୍ୟବହାର କଲେ ମୁହଁ କୋମଳ ଓ ଗୋରା ହୋଇଥାଏ।
ବେସନରେ କ୍ଷୀର, ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖନ୍ତୁ। ପରେ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ବ୍ୟବହାର କଲେ ନିଜେ ଏହାର ଚମତ୍କାରିତା ଅନୁଭବ କରି ପାରିବେ।
ଏକ ଅଣ୍ଡା, ୨ ଚାମଚ ସୋୟାବିନ ଗୁଣ୍ଡ, ୨ ଚାମଚ ମହୁ , ୧ ଚାମଚ କ୍ଷୀର ସରକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ।  ଏହା ମୁହଁ ପାଇଁ ଆଶୀର୍ବାଦ ଠାରୁ କମ ନୁହେଁ।
ପୁଦିନା ପତ୍ରରେ ଭିଟାମିନ ସି ଓ ଆଇରନ ରହିଛି। ଏହାକୁ ମୁହଁରେ ଲଗାଇବା ଦ୍ୱାରା ଏହା ମୁହଁର କଳାଦାଗ ଦୂର କରିବା ସହ ମୁହଁ ପାଇଁ କ୍ଷତିକାରକ ହୋଇନଥାଏ। ତେଣୁ ପୁଦିନା ପତ୍ରର ପେଷ୍ଟ ପ୍ରସ୍ତୁତ କରି ଏହାକୁ ମୁହଁରେ ଲଗାନ୍ତୁ।
ପୁଦିନା ପତ୍ରରେ ଆଣ୍ଟି ଫଙ୍ଗଲ ଓ ଆଣ୍ଟି ବ୍ୟାକ୍ଟେରିଅଲ ଗୁଣ ରହିଛି। ତେଣୁ ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁରୁ ସମସ୍ତ କ୍ଷତିକାରକ ପଦାର୍ଥ ବାହାର କରିଦେଇଥାଏ। ଫଳରେ ମୁହଁର ସୁନ୍ଦରତା ବଜାୟ ରହିଥାଏ।
ପୁଦିନାପତ୍ରରେ ଆଣ୍ଟିସେଫଟିକ ଗୁଣ ରହିଛି। ଯାହା ଫଳରେ ଏହା ମୁହଁର ମୃତକୋଷିକା ଗୁଡ଼ିକୁ ଦୂର କରିଥାଏ। ଫଳରେ ମୁହଁର ଚମକ ବଢିଥାଏ।
ମୁହଁରେ କୌଣସି ପ୍ରକାରର ଦାଗ ହୋଇଥିଲେ କିମ୍ବା କୁଣ୍ଡାଇ ହେଲେ ପୁଦିନା ପତ୍ର ଏହି ସମସ୍ୟା ଦୂର କରିଥାଏ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories