www.samajalive.in
Sunday, December 14, 2025
26.1 C
Bhubaneswar

ଆପଣ ମଧ୍ୟ ଅଧିକ ମେକ୍‍ଅପ୍‍ ନେବାକୁ ପସନ୍ଦ କରନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ!

ଆଧୁନିକ ଜୀବନଶୈଳୀରେ ମେକ୍ଅପ୍ ଅପରିହାର୍ଯ୍ୟ ପାଲଟିଛି। ବିଶେଷ କରି ମହିଳାମାନଙ୍କ ପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଅଧିକାଂଶ ମହିଳା ମେକଅପ୍ ନନେଲେ ଘରୁ ବାହାରିବାକୁ ପସନ୍ଦ କରନ୍ତି ନାହିଁ।
ମେକ୍ଅପ୍ ନେବା ପାଇଁ ମହିଳାମାନେ ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ (କସ୍ମେଟିକ୍ ପ୍ରଡକ୍ଟ) ବ୍ୟବହାର କରିଥା’ନ୍ତି।
ହେଲେ କ’ଣ ଆପଣ ଜାଣନ୍ତି ଯେ, ଅଧିକ ମାତ୍ରାରେ କସମେଟିକ୍ ପ୍ରଡକ୍ଟର ବ୍ୟବହାର ଆପଣଙ୍କୁ ଭବିଷ୍ୟତରେ ବିପଦରେ ପକାଇପାରେ? ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ ଏହି ସବୁ ସାମଗ୍ରୀ ଶରୀରକୁ ଅସୁସ୍ଥ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି।
ଗବେଷଣାରୁ ଜଣାପଡ଼ିଛି, କସ୍ମେଟିକ୍ ପ୍ରଡକ୍ଟରେ ଥିବା ରାସାୟନିକ ଦ୍ରବ୍ୟ (କେମିକାଲ୍) ମହିଳାଙ୍କ ଶରୀରର ରିପ୍ରଡକ୍ଟିଭ୍ ହର୍ମୋନ୍ ଉପରେ ପ୍ରତିକୂଳ ଅର୍ଥାତ୍ ଖରାପ ପ୍ରଭାବ ପକାଇଥାଏ। ଏହି ଗବେଷଣାରେ ଆହୁରି ମଧ୍ୟ ଜଣାପଡ଼ିଛି, ଯଦି ମହିଳାମାନେ କମ୍ ପରିମାଣରେ କସ୍ମେଟିକ୍ ପ୍ରଡକ୍ଟ ବ୍ୟବହାର କରିବେ, ତେବେ ରିପ୍ରଡକ୍ଟିଭ୍ ହର୍ମୋନ୍ ଉପରେ ଏହାର ପ୍ରଭାବ କମ୍ ପଡ଼ିବ।
ବିଶେଷଜ୍ଞଙ୍କ ମତ ଅନୁସାରେ, କୌଣସି ପ୍ରଡକ୍ଟ ବ୍ୟବହାର କରିବା ସମୟରେ ଏଥିରେ ମିଶ୍ରିତ ଥିବା କେମିକାଲ୍ ସମ୍ପର୍କରେ ଭଲଭାବେ ଜାଣିବାକୁ ଚେଷ୍ଟା କରନ୍ତୁ।
ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି, ପ୍ରଦୂଷଣ ଯୋଗୁଁ ଚର୍ମ ଉପରେ ଯେତିକି ଖରାପ ପ୍ରଭାବ ପଡ଼ିଥାଏ, କସ୍ମେଟିକ୍ ପ୍ରଡକ୍ଟ ବ୍ୟବହାର ଦ୍ୱାରା ମଧ୍ୟ ଚର୍ମ ଉପରେ ସେତିକି କୁପ୍ରଭାବ ପଡ଼ିଥାଏ। ଏହା ବ୍ୟତୀତ ରାସାୟନିକ ଦ୍ରବ୍ୟ ମିଶ୍ରିତ ଏହି ପ୍ରଡକ୍ଟ ମେକ୍‍ଅପ୍‍ରେ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ଚର୍ମ ରୋଗ ମଧ୍ୟ ଦେଖାଦେଇଥାଏ ଓ ଚର୍ମ ଖୁବ୍‍ ଶୀଘ୍ର ଖରାପ ହୋଇଯାଇଥାଏ। ସମୟ ସମୟରେ ଏହାର ଅଧିକ ବ୍ୟବହାର କର୍କଟ ବା କ୍ୟାନ୍ସର ଭଳି ପ୍ରାଣଘାତୀ ରୋଗର ରୂପ ନେଇଥାଏ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories