www.samajalive.in
Thursday, December 11, 2025
16.1 C
Bhubaneswar

ଭଡ଼ାଘରେ ବେଆଇନ କ୍ଲିନିକରେ ଲିଙ୍ଗ ନିରୂପଣ, ୧୨ ଗିରଫ

ଡେସ୍କ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଏକ ଭଡ଼ାଘରେ କୌଣସି ନାମ ଫଳକ ନ ଥାଇ ବେଆଇନ ଭାବେ ଚାଲିଥିବା ଏକ କ୍ଲିନିକ୍ ଉପରେ ଆଜି ପୁଲିସ ଚଢ଼ଉ ଆରମ୍ଭ କରିଛି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୋଲି ସ୍ଥିତ ଆନନ୍ଦନଗର ଅଂଚଳରେ ଭଡ଼ା ଘରେ ଅଲଟ୍ରାସାଉଣ୍ଡ ମେସିନ ରଖି ବେଆଇନ ଭାବେ ଲିଙ୍ଗ ନିରୂପଣ କରାଯାଉଥିବା ଅଭିଯୋଗ ହୋଇଥିଲା। ଆଜି ସକାଳ ସମୟରେ ବ୍ରହ୍ମପୁର ଏସପି ଡଃ. ସର୍ବଣା ବିବେକ ଏମ, ଅନ୍ୟ ପୁଲିସ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ଟିମ୍ ସେହି କ୍ଲିନିକ ଉପରେ ଚଢ଼ାଉ କରିଥିଲେ। ଏଥିରେ ଆଙ୍କୋଲି ଶ୍ରୀହରିହର ନଗର ଅଂଚଳର ଦୁର୍ଗା ପ୍ରସାଦ ନାୟକ ନାମକ ଜଣେ ଯୁବକ ଏହି କ୍ଲିନିକ୍ ଖୋଲିଥିବା ଜଣାପଡିବା ପରେ ପୁଲିସ ସମ୍ପୃକ୍ତ ଯୁବକକୁ ଥାନାରେ ଅଟକ ରଖି ତଦନ୍ତ କରୁଛି।

ଅନ୍ୟପକ୍ଷରେ ସହରର ୪ଟି ନର୍ସିଂହୋମ ଉପରେ ଚଢ଼ାଉ କରାଯାଇ ଥିବା ଜଣାପଡିଛି। ପୁଲିସ ଜଣେ ଆଶାକର୍ମୀ ଓ ଜଣେ ଡାଇଗ୍ନୋଷ୍ଟିକ୍ ସେଣ୍ଟର ମାଲିକାଣୀକୁ ଗିରଫ କରିଥିବା ଜଣାପଡିଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories