www.samajalive.in
Saturday, December 6, 2025
23.1 C
Bhubaneswar

ବଢ଼ିଲା ବ୍ୟାଙ୍କ ସୁଧହାର

ନୂଆଦିଲ୍ଲୀ : ନୂଆ ଋଣ କରିବାକୁ ଚାହୁଁଥିବା କିମ୍ବା ପୂର୍ବରୁ ଋଣ କରିଥିବା ଗ୍ରାହକଙ୍କ ପାଇଁ ଖରାପ ଖବର। କାରଣ ବ୍ୟାଙ୍କଗୁଡିକ ସେମାନଙ୍କର ଋଣ ସୁଧ ହାରରେ ବୃଦ୍ଧି ଘଟାଇଛନ୍ତି। ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ(ଏସ୍‍ବିଆଇ), ଏଚ୍‍ଡିଏଫ୍‍ସି, ଆଇସିଆଇସିଆଇ ଏବଂ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‍ବି) ଭଳି ବ୍ୟାଙ୍କ ଏହି ଋଣ ସୁଧହାରରେ ବୃଦ୍ଧି କରିଛନ୍ତି। ଏଥିଯୋଗୁ ଗ୍ରାହକଙ୍କ ଲାଗି ନୂଆ ଋଣ କଷ୍ଟକର ହେବା ସହ ଇଏମ୍‍ଆଇ ମହଙ୍ଗା ହେବ। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକର ଅବ୍ୟବହିତ ପୂର୍ବରୁ ବ୍ୟାଙ୍କଗୁଡିକ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଚ୍‍ଡିଏଫ୍‍ସି ବ୍ୟାଙ୍କ ଏହାର ଗୃହ ଋଣ ସୁଧ ହାରରେ ୧୦ ବେସିସ୍‍ ପଏଣ୍ଟ ବୃଦ୍ଧି ଘଟାଇଛି। ସେହିଭଳି ଦେଶର ବୃହତ୍‍ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏସ୍‍ବିଆଇ ଏହାର ଏମ୍‍ସିଏଲ୍‍ଆର୍‍ରେ ୫ ବେସିସ୍‍ ପଏଣ୍ଟ ବୃଦ୍ଧି କରିଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‍ବି) ଏହାର ସ୍ୱଳ୍ପ ଅବଧି ବିଶିଷ୍ଟ ଋଣ ସୁଧ ହାରରେ ୦.୨% ପର୍ଯ୍ୟନ୍ତ ବୃଦ୍ଧିି ଘଟାଇଛି। ଅନ୍ୟପକ୍ଷରେ ଘରୋଇ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟ ଏହାର ୬ ମାସିଆ ଅବଧି ବିଶିଷ୍ଟ ଏମ୍‍ସିଏଲ୍‍ଆର୍‍ରେ ୮.୫%ରୁ ୮.୬%କୁ ବୃଦ୍ଧି କରିଛି। ଆଗରୁ ରିଜର୍ଭ ବ୍ୟାଙ୍କ ସୁଧହାରରେ ବୃଦ୍ଧିି ଘଟାଇବା ସମ୍ଭାବନାକୁ ଆଖି ଆଗରେ ରଖି ଅନ୍ୟ ବ୍ୟାଙ୍କଗୁଡିକ ସୁଧହାରରେ ବୃଦ୍ଧି କରିବା ଆଶା କରାଯାଉଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories