www.samajalive.in
Tuesday, December 9, 2025
15.1 C
Bhubaneswar

କେହି ରହିବେନି ଭୋକିଲା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକଙ୍କ ସେବା ପାଇଁ କେବେହେଲେ ଟଙ୍କାର ଅଭାବ ରହିବ ନାହିଁ। ରାଜ୍ୟର ଜଣେ ବି ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ଦିଆଯିବ ନାହିଁ।
ସେ କହିଥିଲେ, ୨୦୧୪ ମସିହାରେ ରାଜ୍ୟରେ ଯେତେବେଳେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ହେଲା ସେତେବେଳେ ଓଡ଼ିଶାର ବହୁ ଲୋକ ଏହି ଯୋଜନାର ସୁବିଧା ପାଇପାରିଲେ ନାହିଁ। କେନ୍ଦ୍ର ସରକାରଙ୍କୁ ଏଥିପାଇଁ ସେ ବହୁବାର ଅନୁରୋଧ କରିଛନ୍ତି। ସାଧାରଣ ଲୋକଙ୍କୁ ଭେଟିବା ବେଳେ ସେମାନେ ଏଥିପାଇଁ ଅନୁରୋଧ କରିଥିବା ସେ ପ୍ରକାଶ କରିଥିଲେ। ଆଜି ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିପାରିଥିବାରୁ ସେ ବହୁତ ଖୁସି ବୋଲି କହିଥିଲେ। ଏହି ଯୋଜନା ଦ୍ୱାରା ରାଜ୍ୟର ୨୫ ଲକ୍ଷରୁ ଅଧିକ ଲୋକ ସୁବିଧା ପାଇପାରିବେ।
ସଚିବାଳୟରୁ ଭିଡିଓ କନଫରେନ୍ସିଂ ଜରିଆରେ କରାଯାଇଥିବା ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ସବୁ ଜିଲାର ହିତାଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ବଲାଙ୍ଗୀର ଜିଲାର ବଙ୍ଗୋମୁଣ୍ଡା, ସୁନ୍ଦରଗଡ଼ର ରାଜଗାଙ୍ଗପୁର, ମୟୂରଭଞ୍ଜର ଖୁଣ୍ଟା ଓ ବାଲେଶ୍ୱରର ଜଳେଶ୍ୱର ଅଞ୍ଚଳର ହିତାଧିକାରୀ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ବଙ୍ଗୋମୁଣ୍ଡାର ଅନୁଛାୟା କୁମ୍ଭାର, ରାଜଗାଙ୍ଗପୁରର ଇନ୍ଦୁମତୀ ସ, ଖୁଣ୍ଟାର ମାମା ମୁର୍ମୁ ଏବଂ ଜଳେଶ୍ୱରର ଜଣେ ଭିନ୍ନକ୍ଷମ ଆନନ୍ଦ ମୁଖୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ଏହି ସୁବିଧା ପାଇଁ ଧନ୍ୟବାଦ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ସଚିବାଳୟରେ ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଯୋଗ ଦେଇଥିଲେ। ଜିଲାସ୍ତରରେ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories