www.samajalive.in
Saturday, December 13, 2025
18.1 C
Bhubaneswar

ଭୀମଡୁଙ୍ଗୁରୀରେ ଶିଶୁଉଦ୍ୟାନ କାମ ଆରମ୍ଭ, ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ହେବ: ଶ୍ରୀମୟୀ

ବଲାଙ୍ଗିର: ଭୀମ ଡୁଙ୍ଗୁରୀ ଶହ ଶହ ବର୍ଷ ଧରି ଏହି ଅଞ୍ଚଳର ଆଦିବାସୀ ସଂସ୍କୃତି,ପରମ୍ପରାର ପରିଚୟ ଦିଏ । ଗୁମ୍ଫା ସଂସ୍କୃତି ଓ ଏହାର ଐତିହାସିକ ପୃଷ୍ଠଭୂମି ରହିଛି । ଏହାକୁ ପର୍ଯ୍ୟଟନସ୍ଥଳୀ ଭାବେ ରାଜ୍ୟ ସରକାର ମାନ୍ୟତା ପ୍ରଦାନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକୁ ବିଶେଷ ଗୁରୁତ୍ୱ ପ୍ରଦାନ କରି ଆସୁଛନ୍ତି । ପର୍ଯ୍ୟଟନ ମାନଚିତ୍ରରେ ବଲାଙ୍ଗିର ଜିଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀ ସ୍ୱତନ୍ତ୍ର ହେବ ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ‘ସମାଜ’କୁ ସୂଚନା ଦେଇ କହିଛନ୍ତି ।

ରାଜ୍ୟ ସରକାର ଭୀମ ପାହାଡ଼ ପାଦ ଦେଶରେ ଏକ ଶିଶୁଉଦ୍ୟାନ ନିର୍ମାଣ ଆରମ୍ଭ କରାଇଛନ୍ତି। ଭୀମକଟା ଓ ଓଟିଡିସି ଗେଷ୍ଟହାଉସର ମଧ୍ୟ ଭାଗରେ ଥିବା ଦେଢ ଏକର ଜମିରେ ଏହା ନିର୍ମିତ ହେବ । ଏହାର ନିର୍ମାଣ ଦାୟିତ୍ୱ ବନ ବିଭାଗ ନେଇଛି। ନିର୍ମାଣଧୀନ କାର୍ଯ୍ୟକୁ ବଲାଙ୍ଗିର ଡିଏଫଓ ନୀତିଶ କୁମାର ଓ ଭବାନୀପାଟଣାରୁ ଆସିଥିବା ଆର୍କିଟେକ ଶୀବାନୀ ସାହୁ ଅନୁଧ୍ୟାନ କରି ଫେରି ଯାଇଛନ୍ତି। ପାହାଡ଼ର ପାଦଦେଶରେ ଏହା ନିର୍ମାଣ ହେବାକୁ ଥିବା ବେଳେ ବିଶେଷ କରି ଶିଶୁମାନଙ୍କୁ ଓ ପର୍ଯ୍ୟଟକଙ୍କୁ ଆକର୍ଷଣ କଲାଭଳି ଡିଜାଇନରେ ନିର୍ମାଣ କରାଯିବାକୁ ବନ ବିଭାଗ ଯୋଜନା ରଖିଛି। ଆର୍କିଟେକ ଶ୍ରୀମତୀ ସାହୁ ଏହି ପ୍ରକଳ୍ପର ଡିଜାଇନ ଦେଇଛନ୍ତି। ଏଠାରେ ବଗିଚା, ଝୂଲା, ପାଣି ଫୁଆରା ଭଳି ସମ୍ପୂର୍ଣ୍ଣ ନିଆରା ଭାବେ ନିର୍ମାଣ କରାଯିବ। ଭୀମକଟାରେ ବୋଟିଂର ସୁବିଧା କରାଯାଇ ସାରିଥିବା ବେଳେ ପାହାଡ ଉପରକୁ ପାହାଚ ନିର୍ମାଣ ଶେଷ ହୋଇଛି। ବର୍ତ୍ତମାନ ସିଧାସଲଖ ଭୀମ ବୁଢାଙ୍କ ଦର୍ଶନ ସାରି ପାହାଡର ଅପର ପାଶ୍ୱର୍ରେ ଥିବା ଭୀମ କଟାକୁ ପହଞ୍ଚିବା ପାଇଁ ପାହାଚ ନିର୍ମାଣ କାର୍ଯ୍ୟ ଚାଲିଛି। ପ୍ରତିଦିନ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ ଜମୁଛି। ଏହା ସହ ତଳେ ଓ ପାହାଡ ଉପର ପର୍ଯ୍ୟନ୍ତ ପାନୀୟ ଜଳର ବ୍ୟବସ୍ଥା, ଆଲୋକୀକରଣ କରାଯାଇଛି। ପୂର୍ବରୁ ବନବିଭାଗ ପକ୍ଷରୁ ୨୦ଲକ୍ଷ ଓ ଏବେ ୭୦ଲକ୍ଷ ଟଙ୍କାର ଅନୁଦାନ ଆସିଛି । ପୁଣି ବନବିଭାଗ ପକ୍ଷରୁ ୧କୋଟି ଟଙ୍କାର ଅନୁଦାନ ରାଜ୍ୟସରକାରଙ୍କୁ ମଗାଯାଇଛି ବୋଲି ବନବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ଠିକ ସେହିପରି ଭୀମଡୁଙ୍ଗୁରୀ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ୨.୫ କୋଟି ଟଙ୍କା ଖର୍ଚ୍ଚ କରିସାରିଥିବା ବେଳେ ଏବେ ୨କୋଟି ୯୭ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି । ଡିଏଫଓ ଶ୍ରୀ କୁମାରଙ୍କ ପରିଦର୍ଶନ ସମୟରେ ପୂର୍ବତନ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ଭାରପ୍ରାପ୍ତ ବଲାଙ୍ଗିର ରେଞ୍ଜର କେଶବ କିଶୋର ନାଏକ, ଫରେଷ୍ଟର ଜେନା ରାଉତ, ମକୁନ୍ଦପୁର ସମିତିସଭ୍ୟ ଅଭିମନ୍ୟୁ ମାଝୀ, ଗୋବର୍ଦ୍ଧନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories