www.samajalive.in
Friday, December 12, 2025
26.1 C
Bhubaneswar

ରାମ ମନ୍ଦିର ନିର୍ମାଣକୁ କେହି ବିରୋଧ କରିପାରିବେ ନାହିଁ: ଭାଗବତ

ହରିଦ୍ୱାର : ଉତ୍ତରପ୍ରଦେଶ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ କେହି ବିରୋଧ କରିପାରିବେ ନାହିଁ। ଏପରି କି ବିରୋଧୀ ଦଳ ମଧ୍ୟ ଏହି ମନ୍ଦିର ନିର୍ମାଣକୁ କରିପାରିବେ ନାହିଁ ବୋଲି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍‍) ମୁଖ୍ୟ ମୋହନ ଭାଗବତ କହିଛନ୍ତି। ପତଞ୍ଜଳୀ ଯୋଗପୀଠରେ ଆୟୋଜିତ ଏକ ଉତ୍ସବରେ ଯୋଗଦେଇ ଶ୍ରୀ ଭାଗବତ କହିଛନ୍ତି ଯେ ଆରଏସ୍‍ଏସ୍‍ ଓ ଭାରତୀୟ ଜନତା ପାର୍ଟି ରାମ ମନ୍ଦିର ନିର୍ମାଣ ଲାଗି ପ୍ରତିଶ୍ରୁତିବଦ୍ଧ। ତେବେ କେତେକ ନିର୍ଦ୍ଧିଷ୍ଟ ପ୍ରସଙ୍ଗ ଯୋଗୁଁ ଏହି ମନ୍ଦିର ନିର୍ମାଣ ବିଳମ୍ବିତ ହୋଇଛି। ଅଯୋଧ୍ୟାର ରାମ ଜନ୍ମଭୂମି ସ୍ଥାନରେ କେବଳ ରାମ ମନ୍ଦିର ହିଁ ନିର୍ମାଣ ହେବ ବୋଲି ଶ୍ରୀ ଭାଗବତ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏହି ମନ୍ଦିର ନିର୍ମାଣକୁ ବିରୋଧୀ ଦଳଗୁଡିକ ମଧ୍ୟ ବିରୋଧ କରିପାରିବେ ନାହିଁ। କାରଣ ଅଧିକାଂଶ ଭାରତୀୟଙ୍କ ପାଇଁ ପୂଜିତ ଦେବତା ହେଉଛନ୍ତି ଭଗବାନ ରାମ। ପ୍ରତ୍ୟେକ ସରକାରଙ୍କ କିଛି କାର୍ଯ୍ୟସୀମା ରହିଛି ତେଣୁ ଏହା ନିର୍ଦ୍ଧିଷ୍ଟ ସୀମା ମଧ୍ୟରେ ରହି କାର୍ଯ୍ୟ କରିଥାଏ। ତେବେ ଦେଶର ସାଧୁ ଓ ସନ୍ଥମାନେ ଏହି ସୀମାରୁ ଊର୍ଦ୍ଧ୍ବରେ। ସେମାନେ ସମାଜରେ ଧର୍ମ ଓ ସଂସ୍କୃତିର ଉନ୍ନତି ପାଇଁ କାର୍ଯ୍ୟ କରିବା ଦରକାର।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories