www.samajalive.in
Saturday, December 13, 2025
26.1 C
Bhubaneswar

ବୌଦ୍ଧ ଯୋଗାନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ମୂଲ୍ୟାୟନ

ବୌଦ୍ଧ: ବୌଦ୍ଧ ସହର ସ୍ଥିତ ଯୋଗାନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷର ମାଟ୍ରିକ ମୂଲ୍ୟାୟନ କାର୍ଯ୍ୟ ଗତ ୨୧ମଇ ଠାରୁ ଜାରି ରହିଛି । ଉକ୍ତ ମୂଲ୍ୟାୟନ କେନ୍ଦ୍ରରେ ସର୍ବମୋଟ ୯ଟି ୟୁନିଟରେ ମୂଲ୍ୟାୟନ ଚାଲିଥିବା ବେଳେ ସମସ୍ତ ୟୁନିଟରେ ଜଣେ ଲେଖାଏଁ ମୁଖ୍ୟ ପରୀକ୍ଷକ , ଦୁଇଜଣ ଲେଖାଏଁ ସହ ମୁଖ୍ୟ ପରୀକ୍ଷକ , ଦୁଇ ଜଣ ଲେଖାଏଁ ସ୍କୁଟିନାଇଜର ଏବଂ ଆବଶ୍ୟକ ସଂଖ୍ୟକ ପରୀକ୍ଷକ ନିୟୋଜିତ ହୋଇଛନ୍ତି । ମୂଲ୍ୟାୟନ କେନ୍ଦ୍ର ପର୍ଯ୍ୟବେକ୍ଷକ (ସୁପରଭାଇଜର )ଦାୟିତ୍ୱ ପ୍ରଧାନ ଶିକ୍ଷକ ଶ୍ରୀ ଧ୍ରୁବ ଚରଣ ଘିବେଲା ନିର୍ବାହ କରୁଥିବା ବେଳେ କ୍ୟାମ୍ପ ଅଫିସର ଭାବରେ ଦାୟିତ୍ୱ ତୁଲାଉଛନ୍ତି ବ୍ରହ୍ମପୁର ବୋର୍ଡରୁ ଆସିଥିବା ଶ୍ରୀ ଶଙ୍କର ନାୟକ । ଉକ୍ତ ମୂଲ୍ୟାୟନ କେନ୍ଦ୍ରରେ ୯ ଜଣ ମୁଖ୍ୟ ପରୀକ୍ଷକ ,୧୮ଜଣ ସହ ମୁଖ୍ୟ ପରୀକ୍ଷକ ,୧୮ଜଣ ସ୍କୁଟିନାଇଜର ଓ ୧୮୧ଜଣ ପରୀକ୍ଷକଙ୍କ ଦ୍ୱାରା ମାଟ୍ରିକ ଖାତା ମୂଲ୍ୟାୟନ ହେଉଛି । ସମ୍ପୃକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଉକ୍ତ କାର୍ଯ୍ୟରେ ସହଯୋଗ କରୁଛନ୍ତି ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories