www.samajalive.in
Saturday, December 13, 2025
26.1 C
Bhubaneswar

ତହସିଲ ଘେରିବାକୁ ପ୍ରସ୍ତୁତି ବୈଠକ

ବୌଦ୍ଧ: ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ବୌଦ୍ଧ ଜିଲ୍ଲାରେ ଶହ ଶହ ଭୂମି ହୀନ ଥିବାବେଳେ ପ୍ରାୟ ଶତାଧିକ ସାହିକୁ ସରକାରୀ ରାସ୍ତା ନାହିଁ । ଏହି ପରିପ୍ରେକ୍ଷୀରେ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ସମାଜ ବିକାଶ ପରିଷଦ ପକ୍ଷରୁ ହରଭଙ୍ଗା ବ୍ଲକ ସାତ  ନମ୍ବର ଜୋନ୍ ର ସାତ ଗୋଟି ପଂଚାୟତର ଭୂମି ହୀନ ମାନଙ୍କୁ ନେଇ ମଥୁରା ପଂଚାୟତର ଖଜୁରୀପଡା କଲ୍ୟାଣ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ବରିଷ୍ଠ ଜିଲ୍ଲା ଉପ ସଭାପତି ରୋହିତ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ସମାଜର ସାମାଜିକ ଏକତା, ସାମ୍ବିଧାନିକ ଅଧିକାର , ନାଗରିକ ଅଧିକାର , ଦଳିତ ଅଧିକାର ତଥା ମାନବିକ ଅଧିକାର ଉପରେ ଆଲୋକପାତ କରିଥିଲେ ।

ଭୂମି ହୀନ ମାନଙ୍କୁ ସରକାରଙ୍କ ” ମୋ ଜମି , ମୋ ଡ଼ିହ ”  ଯୋଜନାରୁ ଦୁଇ ଏକର ଚାଷ ଜମି ଏବଂ ଦଶ ଡିସିମିଲ ଘର ଡିହ ପ୍ରଦାନ ଦାବିରେ ଆସନ୍ତା ମାସ ୧୦ ତାରିଖ ଶୁକ୍ରବାର ଦିନ ହରଭଙ୍ଗା ତହସିଲ୍ କାର୍ଯ୍ୟାଳୟ ଘେରାଉ ଏବଂ  ଦାବି ପତ୍ର ପ୍ରଦାନ ସହିତ ନିଜର ହକ୍ ଏବଂ ଅଧିକାର ପାଇଁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସାମ୍ପୋଚ ପଂଚାୟତ ସଭାପତି ରୋହିତ କୁମ୍ଭାର , ମଥୁରା ପଂଚାୟତ ଉପ ସଭାପତି ଡାକ୍ତର ବେହେରା , ସଂପାଦକ ରାଜେନ୍ଦ୍ର ବେହେରା , ରାଧାନଗର  ପଂଚାୟତ ସଭାପତି ଚିତ୍ରସେନ ବେହେରା , ବ୍ଲକ ସଂଯୋଜକ ଉଗ୍ରସେନ ହାତୀ , ବୀର ନରସିଂହ ପୁର ପଂଚାୟତ ସଭାପତି ନରେନ୍ଦ୍ର କହଁର , ସଂପାଦକ ନେତ୍ରାନନ୍ଦ କହଁର , ସହକାରୀ ସଂପାଦକ ନନ୍ଦି କିଶୋର ମହାନନ୍ଦିଆ , ସରସରା ପଂଚାୟତ ସଂଗଠନ ସମ୍ପାଦକ ସଂଜିତ୍ ଜେନା , ବନ୍ଧାପଥର ପଂଚାୟତ ସଂଗଠନ ସମ୍ପାଦକ ଆନନ୍ଦ ଭବସାଗର , ବାମଣ୍ଡା ପଂଚାୟତ ସଭାପତି ନନ୍ଦ  କିଶୋର କହଁର , ଅବସର ପ୍ରାପ୍ତ ସହକାରୀ କୃଷି ଅଧିକାରୀ ବିଚିତ୍ର କହଁର , ବୈଦ୍ୟନାଥ ମହାନନ୍ଦିଆ , ବରିଷ୍ଠ ସମାଜସେବୀ ଭୀମସେନ କହଁର , ପବିତ୍ର ଦୀପ , ଜ୍ୟୋତିଷ ବେହେରା , ଦିବ୍ୟ ଲୋଚନ ବେହେରା , ସୁରେନ୍ଦ୍ର ମହାନନ୍ଦିଆ , ଜନକ ପାତ୍ର , ଜୟସେନ୍ ହାତୀ  ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ତଥା ମଥୁରା ପଂଚାୟତ ସରପଞ୍ଚ ପ୍ରଦୀପ କୁମାର କହଁର ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories