www.samajalive.in
Thursday, December 11, 2025
18.1 C
Bhubaneswar

‘ବଲାଙ୍ଗିରରେ ହାଇକୋର୍ଟ ଥିଲା,ଫେରାଇ ଦିଅ’

ବଲାଙ୍ଗିର: ତତ୍କାଳୀନ ପାଟଣା ରାଜ୍ୟରେ ହାଇକୋର୍ଟ ଥିଲା । ଗଡଜାତ ସମୟରେ ୧୯୪୮ ପର୍ଯ୍ୟନ୍ତ ହାଇକୋର୍ଟ କାର୍ଯ୍ୟ କରୁଥିଲା । ଏଭଳି ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଥିବା ଇତିହାସକୁ ଯେତେ ଚେଷ୍ଟା କଲେ ମଧ୍ୟ କେହି ଲିଭେଇ ଦେଇ ପାରିବେ ନାହିଁ । ତତ୍କାଳୀନ ପାଟଣା ବର୍ତ୍ତମାନର ବଲାଙ୍ଗିର ହିଁ ହେଉଛି ତାର ଉତ୍ତରାଧୀକାରୀ । ଯେଉଁଠି ଥିଲା ସେଠାକୁ ଫେରାଇ ଦିଅନ୍ତୁ । ଏହା ଏହି ଅଞ୍ଚଳବାସୀଙ୍କ ହକ୍ । ଯଦି ଦାବିକୁ ଅଣଦେଖା କରାଯାଏ ତାହା ହେଲେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ କଚେରୀ ଛକ ଠାରେ ବଲାଙ୍ଗିର ଏକ୍ସନ କମିଟି ପକ୍ଷରୁ ଆୟୋଜିତ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଦଳମତ ନିର୍ବିଶେଷରେ ମତପ୍ରକାଶ ପାଇଛି ।
ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ୍ସନ କମିଟିର ପୁରୋଧା ଗୋପାଲଜୀ ପାଣିଗ୍ରାହୀଙ୍କ ଆବାହକତ୍ୱରେ ବଲାଙ୍ଗିର ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ ସମେତ ବିଜେଡି,ବିଜେପି ଓ କଂଗ୍ରେସ ଦଳର ନେତୃମଣ୍ଡଳୀ ଉପସ୍ଥିତ ରହି ହାଇକୋର୍ଟର ସ୍ଥାୟୀ ବେଞ୍ଚ ବଲାଙ୍ଗିରରେ ପ୍ରତିଷ୍ଠାକୁ ନେଇ ସର୍ବସମ୍ମିତି ସମର୍ଥନ ଜଣାଇଥିଲେ ।
ନିକଟ ଅତୀତରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଉପରେ ମନ୍ତବ୍ୟ ଦେଇଥିଲେ । ଏହାର ପ୍ରତିବାଦରେ ଓଡ଼ିଶା ହାଇକୋର୍ଟ ବାର୍ ଏସୋସିଏସନ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟକୁ ଖଣ୍ଡନ କରି ହାଇକୋର୍ଟର ବେଞ୍ଚ  ସ୍ଥାପନାକୁ ବିରୋଧ କରିଥିଲା ।  ଏହା ଉପରେ ଏକ ପ୍ରସ୍ତାବ ମଧ୍ୟ ଗ୍ରହଣ କରିଥିଲା ଏସୋସିଏସନ । ହାଇକୋର୍ଟ ବାର୍‌ର ଏହି ନିଷ୍ପତ୍ତିକୁ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଦ୍ରୋହର ସ୍ୱର ଉଠିଥିବା ବେଳେ ସ୍ୱତନ୍ତ୍ର ରାଜ୍ୟ ଦାବି ତେଜୁଛି ।
ବଲାଙ୍ଗିରରେ ହାଇକୋର୍ଟର ପୁନଃସ୍ଥାପନ ଦାବି ବହୁତ ପୁରୁଣା । ହାଇକୋର୍ଟ ବାର୍ ଓ ଉପକୂଳବର୍ତ୍ତୀ ଅଞ୍ଚଳର କିଛି ନ୍ୟସ୍ତସ୍ୱାର୍ଥ ଲୋକଙ୍କ ଷଡଯନ୍ତ୍ର ଫଳରେ ବଲାଙ୍ଗିରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ହେବାରେ ବାଧା ସୃଷ୍ଟି ହେଉଛି ବୋଲି ବିକ୍ଷୋଭ ସ୍ଥଳରେ ମତପ୍ରକାଶ ପାଇଥିଲା । ଉପସ୍ଥିତ ବରିଷ୍ଠ ଆଇନଜୀବୀ ମାନେ ଯଶବନ୍ତ କମିଶନ ଓ ପାଲ କମିଶନଙ୍କ ରିପୋର୍ଟକୁ ନେଇ ଯୁକ୍ତି ବାଢି କହିଥିଲେ ଯେ,ପଶ୍ଚିମ ଓଡିଶାର ଭୌଗଳିକ ସ୍ଥାନ ନିରୂପଣ କଲେ ହାଇକୋର୍ଟ ବେଞ୍ଚ ପାଇଁ ବଲାଙ୍ଗିର ହିଁ ପ୍ରକୃତ ସ୍ଥାନ । ଗଡଜାତ ସମୟରେ ୧୯୪୮ ପର୍ଯ୍ୟନ୍ତ ହାଇକୋର୍ଟ କାର୍ଯ୍ୟ କରୁଥିଲା ବୋଲି ମତପ୍ରକାଶ ପାଇଛି । ପରେ ରାଜପଥରେ ହାଇକୋର୍ଟ ବାରର କୁଶ ପୁତ୍ତଳିକା ଦାହ କରାଯାଇଥିଲା ।
ଏହି ବିକ୍ଷୋଭରେ କୋଶଲ ରାଜ୍ୟ ସମନ୍ୱୟ ସମିତିର ଅଧ୍ୟକ୍ଷ ପ୍ରମୋଦ ମିଶ୍ର, ନାଗରିକ କମିଟିର ସଭାପତି ବେଲାର ସିଂହ ଭୋଇ, ସମ୍ପାଦକ ମନୋରଂଜନ ସାହୁ, ସିଭିଲ ସୋସାଇଟିର ସଭାପତି ନୀଳମଣି ମିଶ୍ର, ଜିଲା ବାରଏସୋସିଏସନର ସଭାପତି ଅମ୍ବରୀଶ ତ୍ରିପାଠୀ, ଘରୋଇ ବସ ମାଳିକ ସଂଘ ସଭାପତି ହେମନ୍ତ ପଣ୍ଡା, ବିଜେପି ଜିଲା ସଭାପତି ଶିବାଜୀ ମହାନ୍ତି, ବିଜେଡି ନେତ୍ରୀ ତଥା ପୌରାଧ୍ୟକ୍ଷା ଲିକା ସାହୁ, ଭବାନୀ ଶଙ୍କର ଶତପଥୀ, ରତନ ମହାରଣା, ମନୋରଂଜନ ମିଶ୍ର, ନିତ୍ୟାନନ୍ଦ ମିଶ୍ର, ବିକ୍ରମାନନ୍ଦ ବହିଦାର, ଶରତ ହୋତା, ଅମିତ ସିଂନିନା,ଅଙ୍କିତ ସାହୁ, ପ୍ରମୋଦ ବହିଦାର,ଦିନେଶ ନାଗ,ପୂର୍ଣ୍ଣଚନ୍ଦ୍ର ପଣ୍ଡା,ଅପ୍ରମିତ ପରିଚ୍ଛା, ଗୋପଭୂଷଣ ନାଥ,ଗୋପାଳ ହୋତା,ତ୍ରିପୁରାରୀ ପାଣିଗ୍ରାହୀ, ଶାନ୍ତନୁ ଭୋଇ, ରଶମିରେଖା ଦାନୀ,ପଙ୍କଜିନୀ ପଣ୍ଡା,ଅମନ ନାଗ, ବନଲତା ମାଝୀ, ଆରତୀ ଗୁରୁ, ପ୍ରତାପ ରଥ,ପ୍ରଶାନ୍ତ ମହାକୁର,ଅଙ୍କୁଶ ପାଣ୍ଡିଆ, ବିବେକାନନ୍ଦ ପଟେଲ, ଅଚ୍ୟୁତ ଧରୁଆ,ବିନୋଦ କାଲସାଏ, ଗିରିଶ ସିଂହଦେଓ,ଧିନ୍ଦ୍ରେ ନାରାୟଣ ସିଂହଦେଓ, ରିଲୁ ରଥ, ରବି ଖମାରୀଙ୍କ ସମେତ ବିଭିନ୍ନ ସାମାଜିକ ସଙ୍ଗଠନର ନେତୃବୃନ୍ଦ ଓ ବଲାଙ୍ଗିର ଜନସାଧାରଣ ଉପସ୍ଥିତ ରହି ବିକ୍ଷୋଭରେ ସାମିଲ ହୋଇଥିଲେ ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories