ପୁଣେ : ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ୍) ମୁଖ୍ୟ ରାଜ ଠାକ୍ରେ ରବିବାର ପୁଣେରେ ଏକ ବିଶାଳ ଶୋଭାଯାତ୍ରା କରିଛନ୍ତି। ଶୋଭାଯାତ୍ରାରେ ରାଠ ଠାକରେ ଦେଶର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏକକ ନାଗରିକ ସଂହିତା ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିବେଦନ କରିଛନ୍ତି। ଏହା ସହିତ ଔରଙ୍ଗାବାଦର ନାମକୁ ପରିବର୍ତ୍ତନ କରି ସାମ୍ଭାଜୀନଗର ରଖିବାକୁ ନିବେଦନ କରିଛନ୍ତି। ଶୋଭାଯାତ୍ରାରେ ରାଜ୍ ମହାରାଷ୍ଟ୍ରର ଶିବସେନା-କଂଗ୍ରେସ-ଏନସିପି ମେଣ୍ଟ ସରକାରକୁ ସମାଲୋଚନା କରିଛନ୍ତି। ଏହି ମେଣ୍ଟ ସରକାର ଏଆଇଏମ୍ଆଇଏମ୍କୁ ଔରଙ୍ଗାବାଦ ଲୋକସଭା ଆସନରେ ବିଜୟୀ ହେବାକୁ ସହଯୋଗ କରିଥିବା ରାଜ୍ ଠାକରେ ଅଭିଯୋଗ କରିଛନ୍ତି। ଶିବସେନାର ହିନ୍ଦୁତ୍ବବାଦ ଉପରେ ସେ ପ୍ରଶ୍ନ ଉଠାଇବା ସହ ବାଲ୍ ଠାକରେଙ୍କ ନୀତି ଓ ଆଦର୍ଶକୁ ଦଳ ନଷ୍ଟ କରିଛି ବୋଲି ସେ କହିଛନ୍ତି।
ମୋଦୀଙ୍କୁ ରାଜ ଠାକରେଙ୍କ ନିବେଦନ ; ଏକକ ନାଗରିକ ସଂହିତା ଆଣ
Popular Categories



