www.samajalive.in
Sunday, December 14, 2025
23.1 C
Bhubaneswar

ମନରେଗା ନିୟମକୁ ଫୁ, ମେସିନରେ ଚାଲିଛି ବନ୍ଧ ଖୋଳା

ହରଭଙ୍ଗା: ହରଭଙ୍ଗା ବ୍ଲକରେ ଶ୍ରମଜିବୀଙ୍କ ପାଇଁ ଉଦ୍ଦିଷ୍ଟ ମନରେଗା ନିୟମର ଖୋଲାଖୋଲି ଉଲ୍ଲଘଂନ ସାଙ୍ଗକୁ ବ୍ୟାପକ ଅପବ୍ୟବହାର ଏବଂ ଦୁର୍ନୀତି ବାରମ୍ବାର ସାମନାକୁ ଆସୁଛି। ମାତ୍ର ଏହା ଉପରେ ଦୁର୍ନୀତିଖୋର ମନରେଗା ପ୍ରୋଗାମ ଅଫିସର, ଯନ୍ତ୍ରୀ, ଜି.ଆର.ଏସଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯାହା ଫଳରେ ମନରେଗା ଭଳି ଶ୍ରମଜିବୀ ଆଇନ ବର୍ତମାନ ବ୍ଲକରେ ସମ୍ପୂର୍ଣ୍ଣ ବାଟବଣା ହୋଇଛି। ପ୍ରକାଶ ଯେ ବ୍ଲକର ୨୨ ପଂଚାୟତରେ ୩୦ହଜାରରରୁ ଊର୍ଦ୍ଧ୍ବ ଜବକାର୍ଡଧାରୀ ଶ୍ରମିକ ରହିଛନ୍ତି। ଶ୍ରମଜୀବି ପରିବାରକୁ କାମଧନ୍ଦା ମିଳୁନଥିବାରୁ ବାହାର ରାଜ୍ୟକୁ ଦାଦନ ପାଇଁ ଚାଲି ଯାଉଥିବା ବେଳେ ଶ୍ରମଭିତିକ ମନରେଗା ଯୋଜନାରେ ମେସିନ ସାହାଯ୍ୟରେ ଚାଲିଥିବା ମାଟିକାମ ଯୋଗୁଁ ଶ୍ରମିକ ପରିବାର ସିଧାସଳଖ ଶୋଷଣର ଶୀକାର ହେଉଛନ୍ତି।

ବ୍ଲକରେ ମନରେଗା ଯୋଜନାରେ ଅଧିକାଂଶ ପଂଚାୟତରେ ବନ୍ଧ ଖନନ ମେସିନ ସାହାଯ୍ୟରେ ଚାଲିଥିବା ନଜରକୁ ଆସିଛି।ମାତ୍ର ମନରେଗା ପ୍ରୋଗାମ ଅଫିସର,ସହକାରୀ ପ୍ରୋଗାମ ଅଫିସର ଏଥିପ୍ରତି ଆଦୌ ଦୃଷ୍ଟି ଦେଉନଥିବାରୁ ଶ୍ରମଭିତିକ ଯୋଜନାଟି ତାର ମୂଳ ଲକ୍ଷ୍ୟ ଠାରୁ ଦୂରେଇ ଯାଉଛି। ମନରେଗା କାର୍ଯ୍ୟ ମନିଟରିଂ ପାଇଁ ଏକ ବୋଲେରୋ ଗାଡି ମାସିକ ୩୦ରୁ୪୦ହଜାର ଟଙ୍କା ବ୍ୟୟବରାଦରେ ବ୍ଲକରେ ନିୟୋଜିତ ରହିଛି। ମାତ୍ର ବାବୁମାନେ ଏସି ତଳେ ବସି ମନରେଗା କାର୍ଯ୍ୟର ମନିଟରିଂ କରୁଥିବାରୁ ଏହି ଯୋଜନାରୁ ଶ୍ରମିକ ପରିବାର ବଂଚିତ ହେଉଛନ୍ତି। ଯୋଜନାର ମୂଳ ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବା ପରିବର୍ତେ ସବୁ କାର୍ଯ୍ୟରେ ମେସିନ ଲଗାଇ ବନ୍ଧ ଖନନ କରାଯାଉଥିବା ବର୍ତମାନ ଦେଖିବାକୁ ମିଳିଛି। ବିଶେଷକରି ବ୍ଲକର ଦୁର୍ଗମ ପଂଚାୟତ ମହାଲ୍ଲିକପଡ଼ା, ତଳଗାଁ, ଛତ୍ରଙ୍ଗ, ଆଡେଣିଗଡ଼, ବୀରନରସିଂହପୁର, ରାମଗଡ଼, ସାମ୍ପୋଚ, ଧଳପୁର ଭଳି ପଂଚାୟତରେ ବନ୍ଧ ଖନନ ମେସିନ ଦ୍ୱାରା ଚାଲିଥିବା ଦେଖିବାକୁ ମିଳିଛି। ଏ ସର୍ମ୍ପକରେ ବୌଦ୍ଧ ପି.ଡି ଅସ୍ୱିନୀ ମେହେରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ମନରେଗା ଭଳି ଶ୍ରମଭିତିକ କାର୍ଯ୍ୟରେ ମେସିନ ଲଗାଇ କାର୍ଯ୍ୟକଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପ୍ରତି ଆମେ କଡା ନଜର ରଖିଛୁ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories