www.samajalive.in
Friday, December 12, 2025
14.1 C
Bhubaneswar

ବର୍ଷାଜଳ ସଂରକ୍ଷଣ କାର୍ଯ୍ୟାଦେଶ ବଣ୍ଟନ

ଚୌଦ୍ୱାର: ସ୍ୱୟଁ ସହାୟକ ଗୋଷ୍ଠିର ମହିଳା ମାନଙ୍କୁ ସ୍ୱାମ୍ବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ମୁକ୍ତା ଯୋଜୋନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜୋନା ଅନ୍ତର୍ଗତ ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ ନିମନ୍ତେ ଶନିବାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ପୌର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ପୌରାଧ୍ୟକ୍ଷ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୌରପାଳିକାର ୧୯ଟି ୱାର୍ଡରେ ନିର୍ମାଣ ହେବାକୁ ଥିବା ୧୦୦ଗୋଟି ପ୍ରକଳ୍ପ ପାଇଁ ପ୍ରଥମ ଦିନରେ ୧୩ଟି ମହିଳା ସ୍ୱୟଁ ସହାୟକ ଗୋଷ୍ଠିଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା, ପୌର ଯନ୍ତ୍ରୀ ମହେଶ ପ୍ରସାଦ ମିଶ୍ର, ପୁର୍ଣ୍ଣ ଚନ୍ଦ୍ର ପାଣି, ମୁକ୍ତା ସେଲର ପ୍ରକଳ୍ପ ନିର୍ଦ୍ଦେଶିକା ଦେବିକା ମହାନ୍ତି, ଡୁଡା ଏକ୍ସପର୍ଟ ସଞ୍ଜୟ କୁମାର ସାମଲ, ସିଟି ମିଶନ ମ୍ୟାନେଜର ସ୍ନିକ୍ତା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପାରିଷଦ ସୁବ୍ରତ ସାମଲ, ଅଜୟ କୁମାର ବେହେରା, ଆଶୁତୋଷ ଦାସ, ରଙ୍ଗଲତା ସାହୁ, ସବିତା କାହାଳୀ, ରଞ୍ଜୁଲତା ଦାସ, ଲିଲିବାଳା ସାହୁ, ସୁପର୍ନେଖା ସଏ, ସୁଜାତା ସାହୁ, ବିନୋଦିନୀ ରାଉତରାୟ, ସୁଜାତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମୁକ୍ତାର କର୍ମଚାରୀ ସମ୍ବିତ୍‍ ବିଶ୍ୱାଳ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories