www.samajalive.in
Sunday, December 14, 2025
14.1 C
Bhubaneswar

ରଥଯାତ୍ରା ପରେ ଖୋଲିବ ଜଗମୋହନ

କଟକ: ଶ୍ରୀ ଜଗନ୍ନାଥ ମନ୍ଦିରର ଜଗମୋହନ ସାଧାରଣ ଭକ୍ତଙ୍କ ଲାଗି ରଥଯାତ୍ରା ପରେ ଖୋଲାଯିବ। ହାଇକୋର୍ଟରେ ଜଗମୋହନ ମରାମତି ସଂକ୍ରାନ୍ତ ମାମଲାରେ ଗୁରୁବାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସତ୍ୟପାଠ ଜରିଆରେ ଏହି ତଥ୍ୟ ରଖିଛି।
ହାଇକୋର୍ଟ ମୁଖ୍ୟ ବିଚାରପତି ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କ ଖଣ୍ଡପୀଠରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ସତ୍ୟପାଠ ଦାଖଲ କରି ଦର୍ଶାଇଛନ୍ତି ଯେ ମନ୍ଦିର ପରିଚାଳନା କମିଟି ବୈଠକ ଗତ ୨୦ତାରିଖରେ ହୋଇଥିଲା। ବୈଠକରେ ଜଗମୋହନ ଖୋଲିବା ଓ ଜଗମୋହନ ପରିସରରେ ଥିବା ରତ୍ନଭଣ୍ଡାର ଖୋଲାଯିବା ନେଇ ଆଲୋଚନା ହୋଇଥିଲା। ଶେଷ ଥର ପାଇଁ ୧୯୮୪ ମସିହାରେ ଏହି ଗୃହକୁ ଅନୁଧ୍ୟାନ କରାଯାଇଥିଲା। ଏହାର ମରାମତି, ସଂରକ୍ଷଣ ପାଇଁ ଏଏସଆଇକୁ ଅନୁଧ୍ୟାନ ଅନୁରୋଧ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଛତିଶା ନିଯୋଗ ସହ ଆଲୋଚନା ହେବା ପରେ ରଥ ଯାତ୍ରା ପରେ ଭକ୍ତଙ୍କ ନିମନ୍ତେ ଜଗମୋହନ ଖୋଲାଯିବ; କିନ୍ତୁ ଜଗମୋହନ ଦେଇ ଭକ୍ତଙ୍କୁ ଛାଡିବା ପାଇଁ ନିଷ୍ପତ୍ତି ନିଆଯାଇଥିବାବେଳେ ଏଏସଆଇ ପକ୍ଷରୁ ଜଗମୋହନ ଉପରେ ସୁରକ୍ଷା ପ୍ରମାଣପତ୍ର(ସେପ୍ଟୀ ସାର୍ଟିଫିକେଟ) ପ୍ରଦାନ କରିବା ପାଇଁ କୁହାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଅନ୍ୟପାର୍ଶ୍ବରେ ଦାଖଲ ହୋଇଥିବା ଏହି ସତ୍ୟପାଠ ଉପରେ କୋର୍ଟ କହିଥିଲେ ଯେ ପୂର୍ବରୁ ଏଏସଆଇ ଦାଖଲ କରିଥିବା ସତ୍ୟପାଠରେ ଜଗମୋହନ ମରାମତି କାର୍ଯ୍ୟ ସମାପ୍ତ ହୋଇସାରିଛି ବୋଲି ଦର୍ଶାଇସାରିଛି। ତେବେ ଏହାକୁ ଖୋଲିବାରେ କୌଣସି ଆଉ ଆପତ୍ତି ନାହି। ତେବେ ସୁରକ୍ଷା ପ୍ରମାଣପତ୍ରର କୌଣସି ଆବଶ୍ୟକତା ନାହି ବୋଲି କୋର୍ଟ ଦର୍ଶାଇ ମାର୍ଚ୍ଚ ମାସ କେତେ ତାରିଖ ସୁଦ୍ଧା ଜଗମୋହନ ଖୋଲାଯିବ ଆସନ୍ତା ୨୯ତାରିଖ ସୁଦ୍ଧା ସତ୍ୟପାଠ ମାଧ୍ୟମରେ ଜଣାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ ରତ୍ନ ଭଣ୍ଡାର ଗୃହ ଅନୁଧ୍ୟାନ ସମୟରେ କୋର୍ଟଙ୍କ ପକ୍ଷରୁ ନିଯୁକ୍ତ ଆମିକସ୍‌କ୍ୟୁରି ଇଂ ଏନ.କେ ମହାନ୍ତିଙ୍କୁ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ନାଟ ମଣ୍ଡପ କାମ ଜରୁରୀ ଥିବାବେଳେ ଜଗମୋହନ ଖୋଲିବା ନିହାତି ଆବଶ୍ୟକ ବୋଲି କୋର୍ଟ ଦର୍ଶାଇଛନ୍ତି। ସେହିପରି ରତ୍ନ ଭଣ୍ଡାର ଗୃହକୁ ମିଳିତ ଭାବେ ଅନୁଧ୍ୟାନ ପାଇଁ ମାର୍ଚ୍ଚ ୨୬ ଓ ୨୭ତାରିଖକୁ କୋର୍ଟ ଧାର୍ଯ୍ୟ କରିଛନ୍ତି। ତେବେ ଆବଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସରକାରଙ୍କ ପକ୍ଷରୁ ଆଡ଼ଭୋକେଟ ଜେନେରାଲ ସୂର୍ଯ୍ୟପ୍ରସାଦ ମିଶ୍ର, ବରିଷ୍ଠ ଆଇନଜୀବୀ ରମାକାନ୍ତ ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ଓ ଶ୍ରୀଜଗନ୍ନାଥ ମନ୍ଦିର ତରଫରୁ ଆଇନଜୀବୀ ସୁବ୍ରତ ଶତପଥୀ ମାମଲା ପରିଚାଳନା କରୁଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories