www.samajalive.in
Saturday, December 13, 2025
26.1 C
Bhubaneswar

ଅବ୍ୟବସ୍ଥାରେ ଭିଷ୍ଟାଡମ୍ କୋଚ୍, ବିଭାଗୀୟ ଅଧିକାରୀ ଚୁପ

କୋରାପୁଟ: ବହୁ ପ୍ରତିକ୍ଷିତ ପରେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଉଦ୍ୟମ ଯୋଗୁ ଭିଷ୍ଟାଡମ୍ ରେଳ କୋଚ ୦୮୫୪୬ ଗତ ୧୦ ତାରିଖରୁ ଆରମ୍ଭ କରାଯାଇଛି। ଏହି ରେଳ ସେବାରେ ପର୍ଯ୍ୟଟକମାନେ କାଚର ବଗିରେ ବିଶାଖାପାଟଣାରୁ ରାୟଗଡ଼ା ଦେଇ କୋରାପୁଟକୁ ଆସୁଥିବା ବେଳେ ରାୟଗଡାରୁ ବହୁ ରେଳ ଟନେଲ ଦେଈ ନଦୀ ଉଚ୍ଚ ପାହାଡ଼ ଝରଣା ଦୃଶ୍ୟର ଉପଭୋଗ  କରିପାରିବେ। ବିଶାଖାପାଟଣାରୁ କୋରାପୁଟ ଆସିବା ପାଇଁ ଭଡା ରହିଛି ୧୪୪୦/ଟଙ୍କା। ପର୍ଯ୍ୟଟକ ବର୍ତ୍ତମାନ କମ ଆସୁଛନ୍ତି, ଆଗକୁ ବର୍ଷା ଓ ଶୀତରେ ଏହାର ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି।

ବର୍ତ୍ତମାନ ଜିଲାର କେତେକ ଲୋକେ ଏହାର ଅନୁଭୁତି ନେବାକୁ ଏହି ପର୍ଯ୍ୟଟନ ବଗିରେ ଆସୁଛନ୍ତି କିନ୍ତୁ ଏହି କୋଚର ଅବ୍ୟବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ଏନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ଏହି କୋଚ ସେବାରେ ୬:୩୦ରୁ ବିଶାଖାପାଟଣାରୁ ଟ୍ରେନ ବାହାରି କୋରାପୁଟ ପହଞ୍ଚିଲା ପର୍ଯ୍ୟନ୍ତ ପାଣି ଟୋପାଏ ବି ଟ୍ରେନ ଭିତରେ ମିଳୁ ନାହିଁ। ଖାଇବା ଜିନିଷ ପାଇଁ କୌଣସି ବ୍ୟବସ୍ଥା ନାହିଁ। ଦିନ ସାରା ଯାତ୍ରୀ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି। କୋଚର ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା ଠିକ୍ ନାହିଁ କି ଅଭିଯୋଗ ଶୁଣିବା ଲୋକ ନାହାଁନ୍ତି। ଟ୍ରେନ ଅଟକିଲେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ତା ବନ୍ଦ ହୋଇ ଯାଉଛି। ଟଏଲେଟ୍ ଦୁଇଟା ଅଛି କିନ୍ତୁ ଅବସ୍ଥା ଆଉ କହି ହେବ ନାହିଁ। ଅତି ଦୁର୍ଗନ୍ଧ ଭିତରେ ପଶି ମଧ୍ୟ ହେବ ନାହିଁ। ଗୋଟିଏ  ଟଏଲେଟ ଭିତରେ ହାତ ଧୋଇବା ବେସିନ ଓ ଭଙ୍ଗା ଜିନିଷ ସବୁ ପଡି ରହିଛି। ଯାତ୍ରୀ ୧୪୦୦ ଟଙ୍କା ଦେଇ ଆସିବେ କିନ୍ତୁ ସବା ପଛରେ ଲାଗିଥିବା କୋଚକୁ ଯାଇ ଚଢ଼ିବେ। ଟ୍ରେନର ଅସଂଖ୍ୟ ରହଣି ସ୍ଥଳ ମଧ୍ୟରୁ ଗୋଟେ ଗୋଟେ ସ୍ଥାନରେ ଅଧ ଘଣ୍ଟାରୁ ଅଧିକ ବି ରହିଯାଉଛି। କୋରାପୁଟକୁ ଟ୍ରେନ ପହଞ୍ଚିବା ସମୟ ୩.୪୫ ଥିବା ବେଳେ ୪.୪୫ରେ ପହଁଚୁଛି। ଏହି ସବୁ ଅବ୍ୟବସ୍ଥା ଯୋଗୁଁ ଏହି କୋଚ୍ କୋରାପୁଟ ଜିଲ୍ଲା ପାଈ ଏକ ପ୍ରହସନ ପାଲଟିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories