ବିଶ୍ୱ ପାଇଁ ଆଶାର କିରଣ ଭାରତ – ମୋଦୀ

ଡେସ୍କ: ବିଶ୍ୱର ସମ୍ପ୍ରତି ଦେଖା ଦେଇଥିବା ସଙ୍କଟ ମଧ୍ୟରେ ଭାରତ ସମଗ୍ର ବିଶ୍ୱ ପାଇଁ ଆଶାର କିରଣ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ବଡୌଦ୍ରାରେ ଆୟୋଜିତ ଯୁବା ଶିବିରରେ ଭିଡ଼ିଓ କନ୍‍ଫରେନ୍ସ ମାଧ୍ୟମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ନବଭାରତର ଗଠନ ପାଇଁ ସାମୁହିକ ଉଦ୍ୟମ କରାଯାଉଛି। ସେ କହିଛନ୍ତି, ସମଗ୍ର ବିଶ୍ୱ ଭାରତ ଆଡକୁ ଏକ ନୂଆ ଦୃଷ୍ଟିରେ ଦେଖୁଛି।

ଶ୍ରୀ ମୋଦୀ କହିଛନ୍ତି ଯେ ସମ୍ପ୍ରତି ବିଶ୍ୱରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଭାରତ ଶାନ୍ତି ସ୍ଥାପନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ବିଶ୍ୱର ବିଶ୍ୱାସ ରହିଛି। ସେ କହିଛନ୍ତି, ନବଭାରତ ପୁରାତନ ପରମ୍ପରା ଓ ଆଧୁନିକ ଚିନ୍ତାଧାରା ସହ ନିଜ ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଛି। ସେ କହିଛନ୍ତି ଯେ ଏଭଳି ଏକ ଭାରତ ସମଗ୍ର ମାନବ ଜାତିକୁ ଦିଗ୍‍ଦର୍ଶନ ଦେଇପାରିବ।

prayash

ଏହି ଅବସରରେ ଭାରତ ମାନବ ଜାତିକୁ ଯୋଗ ଓ ଆର୍ୟୁବେଦର ପଥ ପ୍ରଦର୍ଶନ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି, ଭାରତ ସଫ୍ଟୱେୟାର ଠାରୁ ଆରମ୍ଭ କରି ମହାକାଶ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଏକ କ୍ରମବର୍ଦ୍ଧିଷ୍ଣୁ ରାଷ୍ଟ୍ର ଭାବେ ନିଜକୁ ପ୍ରତିଷ୍ଠିତ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ସମୟରେ ବିଶ୍ୱର ବିଭିନ୍ନ ଦେଶକୁ ପ୍ରତିଷେଧକ ଓ ଔଷଧପତ୍ର ଯୋଗାଇ ଦିଆଯାଇଛି।

ସ୍ୱାମୀନାରାୟଣ ମନ୍ଦିର ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ସାଧୁମାନଙ୍କର ପ୍ରଶଂସା କରି କହିଛନ୍ତି ଯେ ଅଭ୍ୟୁଦୟ ଶିବିର ଦେଶର ସଂସ୍କୃତିରେ ଅଭ୍ୟୁଦୟ ଆଣିପାରିବ। ସେ କହିଛନ୍ତି, ଏହି ଶିବିରର ପ୍ରଭାବ ସାଧୁମାନଙ୍କ ଉପସ୍ଥିତିରେ ପ୍ରସାରିତ ହେବ। ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ଭଳି ଏକ ସମୟରେ ଏହି ଶିବିରର ଆୟୋଜନ କରାଯାଇଛି।

kalyan agarbati

Comments are closed.