www.samajalive.in
Sunday, December 14, 2025
26.1 C
Bhubaneswar

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଜାମୁକୋଳି

ଜାମୁକୋଳିକୁ ଆମେ ଖୁବ୍‍ ଆଗ୍ରହ ସହକାରେ ଖାଇଥାଉ। କ’ଣ ଆପଣ ଜାଣନ୍ତି ଯେ, ଏହା ଯେତିକି ସୁସ୍ୱାଦୁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଉପକାରୀ? ଜାମୁକୋଳିରେ ପୋଷକ ତତ୍ତ୍ୱ ଭରି ରହିଛି। ଏଥିରେ ଆଇରନ୍, କ୍ୟାଲ୍ସିୟମ୍, ଭିଟାମିନ୍ ସି’ ଏବଂ ବି’ ପ୍ରଚୁର ପରିମାଣରେ ରହିଛି।
ଯଦି ଆପଣଙ୍କ ଶରୀରରେ ହିମୋଗ୍ଲୋବିନର ଅଭାବ ରହିଛି, ତେବେ ଜାମୁକୋଳି ଆପଣଙ୍କ ଏହି ସମସ୍ୟାକୁ ଦୂର କରିଥାଏ। ଏହା ବ୍ୟତୀତ ତ୍ୱଚା ଏବଂ କେଶ ପାଇଁ ମଧ୍ୟ ଜାମୁକୋଳି ଖୁବ୍ ଉପକାରୀ।
ମୁହଁର ତ୍ୱଚାକୁ ସୁନ୍ଦର କରିବା ପାଇଁ ଆପଣ ଏହାକୁ ଖାଇପାରିବେ ଏବଂ ଏହାର ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ମୁହଁରେ ମଧ୍ୟ ଲଗାଇପାରିବେ। ତେବେ ଆସନ୍ତୁ ଜାଣିବା ଜାମୁକୋଳିର ଉପକାରୀତା ବିଷୟରେ –

ଭିଟାମିନ୍‍ରେ ଭରପୁର :
ଜାମୁକୋଳିରେ ପ୍ରଚୁର ମାତ୍ରାରେ ଥିବା ଭିଟାମିନ୍ ଏ’ ଏବଂ ସି’, ଏହି ଦୁଇଟି ତତ୍ତ୍ୱ ତ୍ୱଚା ପାଇଁ ଖୁବ୍ ଉପକାରୀ। ଏହା ତ୍ୱଚାର ସୌନ୍ଦର୍ୟ୍ୟ ବୃଦ୍ଧି କରିବା ସହ ଏହାକୁ ସୁସ୍ଥ ରଖିଥାଏ।

- Advertisement -

ଚର୍ମକୁ ସତେଜ ରଖେ :
ଜାମୁ କୋଳିରେ ୮୫ ପ୍ରତିଶତ ପାଣି ରହିଛି। ଏଥିପାଇଁ ଏହା ତ୍ୱଚାକୁ ସତେଜ କରିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ଜାମୁକୋଳି ଖାଇବା ଦ୍ୱାରା ଆପଣଙ୍କ ତ୍ୱଚା ଆଉ ଶୁଖିଲା ଦେଖା ଯାଏ ନାହିଁ।

ତ୍ୱଚାର ଦାଗ ଦୂର କରେ :
ଜାମୁକୋଳିରେ ଥିବା ଆଣ୍ଟିବାୟୋଟିକ୍‍ ତ୍ୱଚାରେ ଥିବା ସମସ୍ତ କଳା ଦାଗକୁ ଦୂର କରି ଏହାକୁ ସୁନ୍ଦର ରଖିଥାଏ। ଏଥିପାଇଁ ଆପଣ ଜାମୁକୋଳିକୁ ଶୁଖାଇ ପ୍ରଥମେ ଏହାର ପାଉଡର୍ ପ୍ରସ୍ତୁତ କରନ୍ତୁ। ଏହାପରେ ଏଥିରେ ବେସନ ଏବଂ କ୍ଷୀର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ୨୦ ମିନିଟ୍ ମୁହଁରେ ଲଗାଇ ରଖନ୍ତୁ। ଏହିପରି କିଛିଦିନ ଲଗାଇବା ପରେ ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ଓ ସୁନ୍ଦର ଦେଖାଯିବ।

କେଶକୁ ସୁସ୍ଥ ରଖେ :
ଜାମୁକୋଳିରେ ଭିଟାମିନ୍ ସି’ ରହିଛି, ଯାହା କୋଲୋଜନ୍ ହର୍ମୋନ୍ ତିଆରିରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଆଣ୍ଟିବାୟୋଟିକ୍ସ କେଶକୁ ପ୍ରଦୂଷଣ ଏବଂ ସୂର୍ୟ୍ୟଙ୍କ କିରଣରୁ ସୁରକ୍ଷା ଦେଇଥାଏ। ଏହା ଫଳରେ ଆପଣଙ୍କ କେଶ ସୁନ୍ଦର ଓ ସୁସ୍ଥ ହୋଇଥାଏ।

ତୈଳାକ୍ତ ତ୍ୱଚା ପାଇଁ ଜାମୁକୋଳି :
ଜାମୁକୋଳିରେ ଏପରି ଗୁଣ ରହିଛି, ଯାହା ତୈଳାକ୍ତ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଜାମୁକୋଳି ରସରେ ଅଁଳା ରସ ଏବଂ ଗୋଲାପ ଜଳ ମିଶାଇ ଏକ ଫେସ୍ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍ କୁ ମୁହଁରେ ଲଗାଇଲେ ତ୍ୱଚାରୁ ଅତିରିକ୍ତ ତେଲ ବାହାରିବା ବନ୍ଦ ହେବା ସହ ମୁହଁ ଉଜ୍ଜ୍ୱଳ ଦେଖାଯାଏ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories