www.samajalive.in
Sunday, December 14, 2025
23.1 C
Bhubaneswar

ଗହମ ମୂଲ୍ୟ ବୃଦ୍ଧି ରୋକିବାକୁ ରପ୍ତାନି ଉପରେ ପ୍ରତିବନ୍ଧକ

ଡେସ୍କ: ଚଳିତ ବର୍ଷ ରେକର୍ଡ ପରିମାଣର ଗହମ ରପ୍ତାନି ଲକ୍ଷ୍ୟ ଥିବା ଘୋଷଣାର ଗୋଟିଏ ଦିନ ପରେ କେନ୍ଦ୍ର ସରକାର ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ତେବେ ପୂର୍ବରୁ ହୋଇଥିବା ବୁଝାମଣା ଅନୁଯାୟୀ କେତେକ ଦେଶର ଖାଦ୍ୟ ସୁରକ୍ଷା ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଗହମ ରପ୍ତାନି କରାଯିବ ବୋଲି ସରକାର କହିଛନ୍ତି। ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଏହି ପ୍ରତିବନ୍ଧକ ଚିରସ୍ଥାୟୀ ପଦକ୍ଷେପ ନୁହେଁ ଏବଂ ଭବିଷ୍ୟତରେ ଏହାର ସଂଶୋଧନ କରାଯାଇପାରେ।

ରୁଷର ୟୁକ୍ରେନ ଉପରେ ଆକ୍ରମଣ ପରେ ବିଶ୍ୱର ଅନ୍ୟ ଅଞ୍ଚଳରୁ ଗହମ ରପ୍ତାନି ହ୍ରାସ ପାଇବା ପରେ ଭାରତ ଚଳିତ ବର୍ଷ ରେକର୍ଡ ୧୦ ନିୟୁତ ଟନ୍ ଗହମ ରପ୍ତାନି କରିବାକୁ ଲକ୍ଷ୍ୟ ରଖିଥିଲା। ଏହା କୁହାଯାଇଛି ଯେ ଚଳିତ ବର୍ଷ ଗହମ ଉତ୍ପାଦନରେ କୌଣସି ବଡ ଧରଣର ହ୍ରାସ ଘଟିନାହିଁ, କିନ୍ତୁ ଅନିୟମିତ ରପ୍ତାନି ଯୋଗୁ ଘରୋଇ ବଜାରରେ ଗହମର ମୂଲ୍ୟ ବୃଦ୍ଧି ଘଟିଛି।ବାଣିଜ୍ୟ ସଚିବ ବି.ଭି.ଆର ସୁବ୍ରମଣ୍ୟମ ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ଗହମ କାରବାର ଅନିୟମିତ ଢଙ୍ଗରେ ହେବା ଚାହୁଁନାହୁଁ। ସେ କହିଛନ୍ତି, ଯଦିଓ ଭାରତ ଦୁନିଆର ସର୍ବୋଚ୍ଚ ଗହମ ରପ୍ତାନିକାରୀମାନଙ୍କ ମଧ୍ୟରୁ ଗୋଟିଏ ନୁହେଁ, କିନ୍ତୁ ଭାରତର ଏହି ନିଷେଧାଦେଶ ବିଶ୍ୱରେ ଗହମର ମୂଲ୍ୟରେ ପରିବର୍ତ୍ତନ ଆଣିବାର ସମ୍ଭାବନା ରହିଛି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories