www.samajalive.in
Sunday, December 14, 2025
26.1 C
Bhubaneswar

କାର-ଅଟୋ ମୁହାଁମୁହିଁ ଧକ୍କା: ୪ ଆହତ, ଜଣେ ଗୁରୁତର

ମୋହନା: ସ୍ଥାନୀୟ ଥାନା ଅନ୍ତର୍ଗତ କରଚବାଡି ପଞ୍ଚାୟତ ଅଧିନ ଶୁଖିଲାଆମ୍ବ ଛକ ବୁଲାଣୀ ଠାରେ ମୋହନାରୁ ଗୁଲୁବା ଯାଉଥିବା ଏକ ଯାତ୍ରୀବାହୀ ଅଟୋ ସହ ଅପରପାର୍ଶ୍ଵ ମାଣ୍ଡିମେରା ଗ୍ରାମରୁ ମୋହନା ଆସୁଥିବା ଏକ କାର ମୁହାଁମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ଅଟୋରେ ବସିଥିବା ଯାତ୍ରୀ ଢ଼େପାଲାଞ୍ଜୁ ଗ୍ରାମର ନନ୍ଦିନୀ କାର୍ଯୀ, ତୁଳସୀ କମାର, ପଲ୍ଲୀ ଗଜପତି ଗାଁର ସୁମିତ୍ରା ନାୟକ ଓ ଜଣେ ଶିଶୁ ଆହତ ହୋଇଥିବା ବେଳେ ଗୁଲୁବା ଗ୍ରାମର ଅଟୋ ଚାଳକ ଜିତୁ ବିନ୍ଧାଣୀ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଏକ ଅଟୋ ଯୋଗେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଯାତ୍ରୀଙ୍କର ହାତ, ଗୋଡ ଓ ଛାତିରେ ଆଘାତ ଲାଗିଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜଣାପଡିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories