www.samajalive.in
Saturday, December 13, 2025
18.1 C
Bhubaneswar

ମାନିକ ଶାହା ହେବେ ତ୍ରିପୁରାର ପରବର୍ତ୍ତି ନୂଆ ମୁଖ୍ୟମନ୍ତ୍ରୀ

ଅଗତତାଲା: ତ୍ରିପୁରା ରାଜ୍ୟ ବିଜେପି ସଭାପତି ମାନିକ ଶାହା ହେବେ ତ୍ରିପୁରାର ପରବର୍ତ୍ତି ନୂଆ ମୁଖ୍ୟମନ୍ତ୍ରୀ। ଆଜି ରାଜ୍ୟ ବିଜେପି ବିଧାୟକ ଦଳର ନେତା ଭାବେ ମାନିକ ଶାହା ନିର୍ବାଚିତ ନିର୍ବାଚିତ ହୋଇଛନ୍ତି। ବିଧାୟକ ଦଳର ନେତା ଭାବେ ମାଣିକ ଶାହା ନିର୍ବାଚିତ ହୋଇଛନ୍ତି ଏବଂ ସେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଖୁବ ଶୀଘ୍ର ଶପଥ ଗ୍ରହଣ କରିବେ। ତେବେ ମାନିକ ଶାହା ଖୁବ ଶୀଘ୍ର ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ତଥା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭୂପେନ୍ଦ୍ର ଯାଦବଙ୍କ ସୂଚନା ଦେଇଛନ୍ତି। ଏବେ ମାଣିକ ଶାହା ତ୍ରିପୁରା ରାଜ୍ୟ ବିଜେପି ସଭାପତି ଅଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।
ବିପ୍ଲବ କୁମାର ଦେବଙ୍କ ପରେ ତ୍ରିପୁରା ସରକାରର ମଙ୍ଗ ଧରିବେ ମାନିକ ଶାହା। ଆଜି ବିପ୍ଲବ ଦେବ ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ରାଜ୍ୟପାଳଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହାର ମାତ୍ର କିଛି ଘଣ୍ଟା ପରେ ବିଜେପି ପକ୍ଷରୁ ରାଜ୍ୟ ସଭାପତି ମାନିକ ଶାହାଙ୍କୁ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ଯେ, ବିପ୍ଲବ କୁମାର ଦେବ ଗତ ଶୁକ୍ରବାର ଦିଲ୍ଲୀ ଆସି ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ । ଆଜି ସେ ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କୁହାଯାଇଥିବା ଅନୁମାନ କରାଯାଉଛି। ୨୦୧୮ରେ ବିଜେପି ତ୍ରିପୁରାରେ ନିର୍ବାଚନ ଜିତିବା ପରେ ବିପ୍ଲବ କୁମାର ଦେବ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପୂର୍ବରୁ ପ୍ରାୟ ୨୫ବର୍ଷ ଧରି ଥିବା ବାମପନ୍ଥୀ ସରକାରଙ୍କୁ ଗାଦିଚ୍ୟୁତ କରିବା ପରେ ଏଠାରେ ବିଜେପି ସରକାର ଗଢିଥିଲା।
ଅପରପକ୍ଷରେ ବିପ୍ଲବ କୁମାର ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ସେ ତ୍ରିପୁରା ରାଜ୍ୟ ବିଜେପିର ମଙ୍ଗ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆଗକୁ ତ୍ରିପୁରାରେ ନିର୍ବାଚନ ହେବାକୁ ଥିବାରୁ ବିଜେପି ପକ୍ଷରୁ ଏଭଳି ରାଜନୀତି ଗୋଟିଚାଳନା କରୁଥିବା କୁହାଯାଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories