www.samajalive.in
Sunday, December 14, 2025
19.1 C
Bhubaneswar

ଅଧଘଣ୍ଟାର କାଳବୈଶାଖୀରେ ଅନ୍ଧାର ହେଲା ସମ୍ବଲପୁର

ସମ୍ବଲପୁର:  ସମ୍ବଲପୁର ତଥା ଆଖପାଖ ଅଞ୍ଚଳରେ ନିୟମିତ ବିଦ୍ୟୁତ୍‌ ରକ୍ଷଣାବେକ୍ଷଣ ନାମରେ ବିଜୁଳି କାଟ କରାଯାଉଥିବା ଅଭିଯୋଗ ହେଉଛି । ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ କାଳବୈଶାଖୀର ପ୍ରଭାବରେ ପବନ ସହ କିଛି ସମୟ ଧରି ବର୍ଷା ହେବା ପରେ ସାରା ସହରରେ ବିଜୁଳି ଚାଲି ଯାଇଥିଲା । ଏ ସର୍ମ୍ପକରେ ଟିପିଡବ୍ଲ୍ୟୁଓଡିଏଲର ସୁପରିନଟେଣ୍ଡିଂ ଇଞ୍ଜିନିୟର ସଞ୍ଜିତ ନାୟକଙ୍କୁ ପଚରାଯିବାରୁ ଅଚାନକ ବର୍ଷା ଓ ପବନ ଯୋଗୁଁ ସହରର ଅନେକ ସ୍ଥାନରେ ଗଛ ଗୁଡିକ ଭାଙ୍ଗି ଯାଇ ବିଦ୍ୟୁତ ତାର ଉପରେ ପଡିଯାଇଛି ।

ଏଣୁ ବାଧ୍ୟ ହୋଇ ଧନଜୀବନ ହାନୀକୁ ଏଡାଇବା ପାଇଁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରାଯାଇ ତାର ଗୁଡିକ ଉପରୁ ଗଛ ମାନଙ୍କୁ ହଟାଯାଉଛି । ଯଥାଶୀଘ୍ର ବିଦ୍ୟୁତ ସରବରାହକୁ ଠିକ୍‌ କରିବାକୁ ପ୍ରୟାସ ଜାରି ରହିଛି ବୋଲି ଅଧିକାରୀ ନାୟକ କହିଛନ୍ତି । ଅପରପକ୍ଷରେ ବର୍ଷା ଓ ପବନ ଯୋଗୁଁ ଅଇଁଠାପାଲି, ବରେଇପାଲି, କ୍ଷେତରାଜପୁର, ଧନୁପାଲି, ପୁଟିବନ୍ଧ, ସାକ୍ଷୀପଡା, ଗୋଲବଜାର, ଭୂତାପଡା, ବୁଢ଼ାରଜା ଆଦି ସହରର ଅର୍ଦ୍ଧାଧିକ ଅଞ୍ଚଳର ବିଳମ୍ବିତ ରାତ୍ରିରେ ଖବର ଲେଖାଯିବା ପର୍ଯ୍ୟନ୍ତ ଅନ୍ଧକାର ମଧ୍ୟରେ ଡୁବି ରହିଛି । କିଛି ଅଞ୍ଚଳରେ ଓଡ୍ରାପ୍ଟ ଓ ପୁଲିସ ଦଳ ବିଦ୍ୟୁତ ବିଭାଗର କର୍ମଚାରୀ ମାନଙ୍କୁ ତାର ଉପରେ ଗଛ ଗୁଡିକୁ ହଟାଇବାରେ ସାହାଯ୍ୟ କରୁଥିବାର ଦେଖାଯାଇଛି ।

- Advertisement -

ଅପରପକ୍ଷରେ ଧନୁପାଲି ଥାନା ସମ୍ମୁଖରେ ଏକ ବିଶାଳ ଗଛର ଡାଳ ବିଦ୍ୟୁତ ତାର ଉପରେ ପଡିଯାଇଥିବାରୁ କିଛି ସମୟ ପାଇଁ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା । ତେବେ ବର୍ଷ ତମାମ ରକ୍ଷଣାବେକ୍ଷଣ ନାମରେ ବିଜୁଳି କଟା ଯାଉଥିବା ବେଳେ ସାମାନ୍ୟ ପବନ ଓ ବର୍ଷାରେ ବିଜୁଳି ଚାଲିଯିବା ପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିଥିବାରୁ ଲୋକେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି ।

 

 

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories