www.samajalive.in
Sunday, December 14, 2025
16.1 C
Bhubaneswar

ଲୋକାୟୁକ୍ତଙ୍କ ନିର୍ଦେଶରେ ତଦନ୍ତ ରିପୋର୍ଟ ପ୍ରଦାନ

 ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସହିତ ବିଭିନ୍ନ ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ସାମାଜିକ କର୍ମୀ ଵିଭୂତିଭୂଷଣ ଦାଶ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ ।କାର୍ଯ୍ୟାନୁଷ୍ଠାନ ନିମନ୍ତେ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ସି ଡି ଏମ୍ ଓ ଙ୍କୁ ଚିଠି ହୋଇଥିଲେ ମଧ୍ୟ ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ଯୋଗୁଁ ଶ୍ରୀ ଦାଶ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗି ମାନବଧିକାର କମିଶନଙ୍କ ନିକଟରେ୧୦୦୧/୧୯ରେ ମାମଲା ରୁଜୁ କରିଥିଲେ । କେଶ ଉପରେ ଶୁଣାଣି କରି ମାନବଧିକାରକମିଶନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଥିଲେ ।

କିନ୍ତୁ ଜିଲ୍ଲା ପ୍ରଶାସନ ସେଥିପ୍ରତି କର୍ଣ୍ଣପାତ ନକରିବାରୁ ଶେଷରେ ଶ୍ରୀ ଦାଶ ମୁଖ୍ୟ ଡାକ୍ତରଖାନା ସହିତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଦୁଇ ଓଳି ଖୋଲିବା ପାଇଁ ସରକାରୀ ନିୟମ ଥିବାବେଳେ ପ୍ରାୟ ସ୍ଥାନରେ ଉପର ଓଳି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଖୋଲୁନାହିଁ ।ଡାକ୍ତର ମାନେ ମନ ଇଛା ଆସୁଛନ୍ତି ଏବଂ ଯାଉଛନ୍ତି ବୋଲି ଅଭିଯୋଗ ହୋଇଛି ।ଫଳରେ ଲୋକମାନେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବା କ୍ଷେତ୍ରରେ ବହୁ ହଇରାଣ ହରକତ ହେଉଛନ୍ତି। ଶନିବାର ଅପରାହ୍ନରୁ ସୋମବାର ପୂର୍ବାହ୍ନ ପର୍ଯ୍ୟନ୍ତ ବିଶୋଧନ ଆଳରେ ଓ ଟି ବନ୍ଦ ରହୁଛି । ଫଳରେ ଦୁର୍ଘଟଣାଗ୍ରସ୍ତ ଏବଂ ଗୁରୁତର ରୋଗୀ ମାନେ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି । ଏପରିକି ପରିମଳ ବ୍ୟବସ୍ଥା ସମ୍ପୂର୍ଣ ଭୁଶୁଡି ପଡିଛି । ଏହି ସବୁ ସମସ୍ୟାକୁ ନେଇ ଶ୍ରୀ ଦାଶ ଲୋକାୟୁକ୍ତଙ୍କ କୋର୍ଟରେ ଅଭିଯୋଗ କରିବା ପରେ ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି ଲୋକାଯୁକ୍ତଙ୍କକୋର୍ଟ କେଶ ନଂ୭୦୮/୨୧ଅନୁସାରେ ଶ୍ରୀ ଦାଶ କୋର୍ଟରେ ଉପସ୍ଥିତ ରହି ନିଜର ବୟାନ ରଖିଥିଲେ । ପରେ ଅଭିଯୋଗର ଗୁରୁତ୍ବକୁ ଉପଲବ୍ଧି କରି ଲୋକାୟୁକ୍ତ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ପ୍ରମୁଖ ସଚିବ ଏବଂ ଖୋର୍ଦ୍ଧା ସି ଡି ଏମ୍ ଓ ଙ୍କୁ୬ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦେଶ ଦେଇଥିଲେ ।ଗତ ମଙ୍ଗଳବାର ଦିନ ପ୍ରମୁଖ ସଚିବ ଏବଂ ସି ଡି ଏମ୍ ଓ ଲୋକାୟୁକ୍ତଙ୍କ କୋର୍ଟରେ ଉପସ୍ଥିତ ରହି ସେମାନଙ୍କର ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି ।ଏହି ତଦନ୍ତ ରିପୋର୍ଟକୁ ଲୋକାୟୁକ୍ତଙ୍କ କୋର୍ଟରେ ରେକର୍ଡ କରାଯାଇଛି  ।ଏଥି ସହିତ ଉଭୟଙ୍କର ତଦନ୍ତ ରିପୋର୍ଟକୁ ପଠନ କରି ମନ୍ତବ୍ୟ ଦେବା ପାଇଁ ଅଭିଯୋଗକାରୀଙ୍କ ନିକଟକୁ ପଠାଯାଇଛି ।୨.୬.୨୨ରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories