www.samajalive.in
Monday, December 8, 2025
27.1 C
Bhubaneswar

ପାନୀୟ ଜଳ ନପାଇ ଜାତୀୟ ରାଜପଥ ଅବରୋଧ କଲେ ମହିଳା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମଲ୍ଲିପଶି ଗ୍ରାମରେ ଦୀର୍ଘ ଦିନ ଧରି ପାନୀୟ ଜଳ ସମସ୍ୟା ଲାଗିରହିଥିଲେ ମଧ୍ୟ ପଞ୍ଚାୟତ ଅଥବା ବ୍ଲକ ପ୍ରଶାସନ ପକ୍ଷରୁ କୋୖଣସି ପଦକ୍ଷେପ ଗ୍ରହଣ ନକରିବାରୁ ଆଜି ମଲ୍ଲିପଶି ଠାରେ ୨୨୦ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ମହିଳା । ରାସ୍ତା ଉପରେ ଗରା ବାଲଟି ରଖି ରାଜପଥକୁ ଅବରୋଧ କରିଛନ୍ତି । ଗ୍ରାମରେ ଓଭର ହେଡ ପାଣି ଟାଙ୍କି ରହିଥିଲେ ମଧ୍ୟ ଏହା କାମରେ ଆସୁନଥିବା ଲୋକେ ଅଭିଯୋଗ କରିଛନ୍ତି । ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀ ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ବ୍ଲକ ପ୍ରଶାସନ କର୍ଣ୍ଣପାତ କରୁନଥିବା କହିଛନ୍ତି ମହିଳା ମାନେ । ଫଳରେ ପାନୀୟ ଜଳ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ଶେଷରେ ବାଧ୍ୟହୋଇ ମହିଳା ମାନେ ଗରା ବାଲଟି ରଖି ପୂର୍ବାହ୍ନ ସାଢେ଼ ୧୧ ଠାରୁ ୨୨୦ ରାଜପଥକୁ ଅବରୋଧ କରିଛନ୍ତି । ଯାହା ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଯାନବାହାନ ଅଟକି ରହିଛି । ଖବର ପାଇ ପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories