www.samajalive.in
Sunday, December 14, 2025
26.1 C
Bhubaneswar

ସାଳନ୍ଦୀ ନଦୀବନ୍ଧରେ ୩୦ଫୁଟର ଫାଟ, ୬ଟି ଘରର ଭୂସ୍ଖଳନ ଘଟି ୪ଫୁଟ ଦବିଲା

ଆରଡି:ଭଦ୍ରକ ଜିଲା ଆରଡି ନିକଟସ୍ଥ ଶୀତଳପୁର ଗାଁ ନିକଟରେ ବାତ୍ୟା ଅସାନି ପ୍ରଭାବରେ ସାଳନ୍ଦୀ ନଦୀରେ ଆସିଥିବା ଉଚ୍ଚ ଜୁଆରଢେଉ ମାଡରେ ଗତକାଲି ବିଳମ୍ବିତ ରାତିରେ ସୁରକ୍ଷାବନ୍ଧରେ ପ୍ରାୟ ୩୦ ଫୁଟର ଫାଟ ସୃଷ୍ଟି ହେବା ସହ ଭୂସ୍ଖଳନ ଘଟି ୬ପରିବାରଙ୍କର ୧୦ବଖରା ଘର ଓ ଗୁହାଳ ଅଣ୍ଟାଏ ଉଚ୍ଚରୁ ଦବିଯାଇଛି। ଏପରି ଖବର ପାଇ ଗୁରୁବାର ଭଦ୍ରକ ଜିଲାପାଳ ତ୍ରିଲୋଚନ ମାଝୀ, ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ଧନେଶ୍ବର ସାମଲ, ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣୀ ନାୟକ ପ୍ରମୁଖ ପହଞ୍ଚି ନଦୀବନ୍ଧର ଫାଟ ଦେଖିବା ସହ ଭୂସ୍ଖଳନ ହୋଇଥିବା ଘର ବୁଲି ଦେଖିଥିଲେ। ଏପରିକି ବିପଦ ପୁର୍ଣ୍ଣ ଭାବେ ପିଲାଛୁଆଙ୍କୁ ଧରି ପରିବାର ଲୋକ ନିଜର ଭୋକ ମେଣ୍ଟାଇବା ପାଇଁ ରୋଷେଇ କରୁଥିବା ଦେଖି ଚକିତ ହୋଇଯାଇଥିଲେ ଜିଲାପାଳ ଶ୍ରୀ ମାଝୀ। ଏହି ବିପନ୍ନମାନଙ୍କୁ ଯଥାଶିଘ୍ର ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଚାନ୍ଦବାଲି ତହସିଲିଦାରଙ୍କୁ ନିର୍ଦେଶ ଦେଇଥିଲେ। ତାହାସହ ପରିବାର ଲୋକଙ୍କୁ ଏପରି ବିପଦପୂର୍ଣ୍ଣ ଘରେ ନରହିବାକୁ ପରାମର୍ଶ ଦେଇଥିଲେ। ଗତକାଲି ସାଳନ୍ଦୀ ନଦୀ ସମୁଦ୍ରଜୁଆରରେ ଫୁଲି ଉଠିବା ସହ କୂଳ ଲଂଘିବା ଫଳରେ ନଦୀକୂଳରେ ୩୦ଫୁଟର ଫାଟ ସୃଷ୍ଟି ହୋଇଥିଲା ଫଳରେ ଶହଶହ ବର୍ଷର ଘର ଓ ଗଛ ଏବେ ନଦୀକୁ ଚାଲିଯିବାକୁ ବସିଛି। ବାତ୍ୟା ଅସାନି ପ୍ରଭାବରେ ଧାମରା ନିକଟରେ ସମୁଦ୍ର ଅଶାନ୍ତ ହୋଇ ପଡିବା ଫଳରେ ଉଚ୍ଚ ଜୁଆରଢେଉ ଉଠିବାରୁ ବୈତରଣୀ ଓ ସାଳନ୍ଦୀ ଉଛୁଳିପଡିବାରୁ ଗତକାଲି ସାଳନ୍ଦୀନଦୀ କୂଳ ଲଂଘିବାରୁ ସୁରକ୍ଷାବନ୍ଧରେ ୩୦ଫୁଟର ଫାଟ ସୃଷ୍ଟି ହୋଇଛି, ଫଳରେ କୂଳକୁ ଲାଗି କରିଥିବା ବାପଗୋସାପ ଅମଳର ଝାଟିମାଟିର ୬ପରିବାରରଙ୍କର ୧୦ ବଖରା ଘରର ଭୁସ୍ଖଳନ ଘଟି ୪ଫୁଟ ଦବିଯାଇଛି ।

 

- Advertisement -

ଏପରିକି ବାରମ୍ବାର ଭୂସ୍ଖଳନ ଘଟି ଘର ଭିତର ବାହାରେ ଅଣ୍ଟାଏ ଉଚ୍ଚରୁ ଦବିଯାଇଥିବାରୁ ବଡବଡ ନଡିଆ ଗଛ ଓ ତାଳଗଛ ନଦୀକୁ ଢଳି ପଡିଛି। ଗତକାଲି ଠାରୁ ୪ଟି ପରିବାର ଲୋକ ନିଜର ଆସବାବପତ୍ର ଛାଡି ଛୁଆ ପିଲାଙ୍କୁ ଧରି ଗାଁର ପର ଘରେ ମୁଣ୍ଡ ଗୁଞିଛନ୍ତି। ଏପରି ଘଟଣାର ଅନୁଧ୍ୟାନ ପାଇଁ ଆସିଥିବା ଜିଲାପାଳ ଶ୍ରୀ ମାଝୀ ଜଳସେଚନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ୧୫ଦିନ ମଧ୍ୟରେ ମରାମତି କରିବା ପାଇଁ ପରାମର୍ଶ ଦେଇଥିଲେ। ବିଶେଷକରି ଏହି ନଦୀବନ୍ଧ ଦେଇ ପ୍ରତିଦିନ ଗାଁ ବସବାସ କରୁଥିବା ଲୋକଙ୍କ ସହ ବିଦ୍ୟାଳୟକୁ ଛୋଟଛୋଟ ପିଲା ଯାଆଆସ କରିଥାନ୍ତି। ହେଲେ ସମୁଦ୍ର ଜୁଆରପାଣି ସମୟରେ ଯାଆଆସ ବାଧାପ୍ରାପ୍ତ ହୋଇଥାଏ। ତାହାସହ ନଦୀରେ ହିଂସ୍ର କୁମ୍ଭୀର ଥିବାରୁ ଅନେକ ସମୟରେ କୁମ୍ଭୀର ନଦୀକୂଳକୁ ଆସିବାର ନଜିର ରହିଛି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories