www.samajalive.in
Sunday, December 14, 2025
26.1 C
Bhubaneswar

ନବ ବିବାହିତା ମହିଳାଙ୍କ କୂଅକୁ ଡେଉଁ ଆତ୍ମହତ୍ୟା

ଗୋପାଳପୁର:ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ହାଟ ସନ୍ନିକଟ ଠାକୁରାଣୀ ମନ୍ଦିର ନିକଟରେ ରହୁଥିବା ଜଣେ ନବବଧୂ କୂଅକୁ ଡେଉଁ ଆତ୍ମହତ୍ୟା କରିଛି। ମୃତ ମହିଳା ଜଣଙ୍କ ମାମୁନି ବିଷୋୟୀ (୨୫) ବୋଲି ପୁଲିସ ସୂଚନା ଦେଇଛି। ଅଭିଯୋଗ ଅନୁଯାୟୀ ଗତ ଫେବୃଆରୀ ୬ ତାରିଖରେ ଶେରଗଡ ଥାନା ଅନ୍ତର୍ଗତ ବନ୍ଧ ଗୁଡା ଗ୍ରାମର ମାମୁନି ବିଷୋୟୀଙ୍କ ସହ କନିଷି ହାଟର ଚିନ୍ତାମଣି ଦଳବେହେରାଙ୍କ ସହ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା। ଆଜି ରାତି ପ୍ରାୟ ୮ ଟା ବେଳେ ମାମୁନି ଘରର ସମସ୍ତ କବାଟ ବନ୍ଦ କରି ଘର ପଛପଟେ ଥିବା ଏକ କୂଅକୁ ବେକରେ ଏକ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ଡେଇଁ ପଡିଥିଲେ। ଏହି ଘଟଣା ସାହି ପଡୋଶୀ ଜାଣିବା ପରେ ମାମୁନିକୁ କୂଅରୁ ଉଦ୍ଧାର କରିବା ସହ ଗୋନଳ୍ଥରା ପୁଲିସ ଖବର ଦିଆଯାଇଥିଲା।ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଚେତ ଅବସ୍ଥାରେ ଥିବା ମାମୁନିକୁ ବ୍ରହ୍ମପୁର ବଡ ମେଡିକାଲ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ସୂଚନା ଯୋଗ୍ୟ ଯେ ମାମୁନି ୩ ମାସର ଗର୍ଭବତୀ ଥିବା ବେଳେ ପେଟରେ ଥିବା ଛୁଆ ମଧ୍ୟ ମରିଯାଇଥିବା ଜଣାପଡିଛି। ପୁଲିସ ଏହାକୁ ନେଇ ତଦନ୍ତ ଜାରି ରଖିଥିବା ବେଳେ କେଉଁ କାରଣରୁ ମାମୁନି ଆତ୍ମହତ୍ୟା କଲେ ତାହା ନେଇ ତଦନ୍ତ କରୁଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories