www.samajalive.in
Monday, December 15, 2025
16.1 C
Bhubaneswar

ସେବିକାର ନିସ୍ୱାର୍ଥପର ସେବା ମୂର୍ମୁଷୁ ରୋଗୀ ମୁହଁରେ ଫୁଟାଇଥାଏ ଚେନ୍ନାଏ ହସ

ଗୁରୁଡିଝାଟିଆ: ପ୍ରତିକୂଳ ପରିବେଶ ଭିତରେ ଆଗକୁ ବଢି ନିଷ୍ଠା ଓ ଏକାଗ୍ରତାର ସହ କାର୍ଯ୍ୟକଲେ ଜୀବନରେ ମିଳିଥାଏ ସଫଳତା। ପ୍ରତ୍ୟେକ ସେବିକା ସେବାକୁ ନିଜ ଜୀବନର ଭୂଷଣ ଭାବରେ ଗ୍ରହଣ କରି କାର୍ଯ୍ୟକଲେ ନିଜେ ଅନ୍ୟପାଇଁ ଉଦାହରଣ ହୋଇପାରିବେ। ବାସ୍ତବରେ ସେବିକାଙ୍କ ନିସ୍ୱାର୍ଥପର ସେବା ମୂର୍ମୁଷୁ ରୋଗୀ ମୁହଁରେ ଫୁଟାଇଥାଏ ଚେନ୍ନାଏ ହସ ବୋଲି ଗୋପବନ୍ଧୁ ନର୍ସିଂ ମହାବିଦ୍ୟାଳୟରେ ଅନୁଷ୍ଠିତ ଆନ୍ତର୍ଜାତିକ ସେବିକା ଦିବସ ତଥା ଫ୍ଲୋରେନ୍ସ ନାଇଟଆଙ୍ଗେଲଙ୍କ ଜନ୍ମଦିନ ଅବସରରେ ଉପସ୍ଥିତ ଅତିଥିବୃନ୍ଦ ଉପରୋକ୍ତ ମତପ୍ରକାଶ କରିଥିଲେ। ଅଧ୍ୟାପିକା ଜୟଶ୍ରୀ ପ୍ରଧାନ ଜୀବନର ଲକ୍ଷ୍ୟପଥକୁ ସଠିକ୍ ମାର୍ଗରେ ପରିଚାଳିତ କରି ସେବିକା ଭାବରେ ମୂର୍ମୂଷୁ ରୋଗୀର ମୁହଁରେ ହସ ଫୁଟାଇବା ସହ ବଞ୍ôଚବାର ରାହା ଦେଖାଇବା ହେଉଛି ସେବିକାର ପ୍ରଧାନ କାର୍ଯ୍ୟ। ଆମମାନଙ୍କ ପାଇଁ ନମସ୍ୟ ତଥା ଆଧୁନିକ ନର୍ସିଂ ସେବାର ଅନନ୍ୟ ନିଦର୍ଶନ ଫ୍ଲୋରେନ୍ସ ନାଇଟଆଙ୍ଗେଲଙ୍କ ଜୀବନାଦର୍ଶରେ ନିଜକୁ ଗଢିତୋଳି କାର୍ଯ୍ୟକଲେ ଜୀବନରେ ସଫଳତା ମିଳିପାରିବ ବୋଲି ସୁଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ।ବରିଷ୍ଠ ଅଧ୍ୟାପିକା ସୌମ୍ୟା ସୁଚରିତା ପରିଡା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଭଲମଣିଷ ହେବା ନିମନ୍ତେ ଉପସ୍ଥିତ ସେବିକା ବିଦ୍ୟାର୍ଥୀମାନଙ୍କୁ କହିବା ସହ ରୋଗୀ ଆମପାଇଁ ଭଗବାନ। କାର୍ଯ୍ୟକ୍ଷେତ୍ରରେ ସେମାନଙ୍କୁ ଯଥାର୍ଥ ସେବା ଯୋଗାଇଦେବା ଆମର ଧର୍ମ।

 

- Advertisement -

ଏହାଦ୍ୱାରା ରୋଗୀଟି ନୂଆ ଜୀବନ ପାଇପାରିବ ବୋଲି କହିଥିଲେ। ନର୍ସିଂ ମହାବିଦ୍ୟାଳୟ ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ ଉତ୍ସବରେ ପୌରହିତ୍ୟ କରି ହାତରେ ପ୍ରଜ୍ୱଳିତ ମହମବତୀ ଧରିଥିବା ନବାଗତ ସେବିକା ବିଦ୍ୟାର୍ଥୀମାନଙ୍କୁ ଶପଥପାଠ କରାଇବା ସହ ଚିକିତ୍ସାସେବା ଧର୍ମ ବ୍ରତରେ ନିଜକୁ ଦିକ୍ଷୀତ କରି ମୂର୍ମୂଷୁ ରୋଗୀମାନଙ୍କ ଭାଷାକୁ ବୁଝି ସେବା ଯୋଗାଇଦେବା ନିମନ୍ତେ କହିଥିଲେ। ସେବା କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରି ପୂଣ୍ୟାତ୍ମା ଗୋପବନ୍ଧୁଙ୍କ ନାମରେ ନାମିତ ଏହି ମହାବିଦ୍ୟାଳୟର ନାମକୁ ଗୌରବଜ୍ୱଳ କରିବା ସହ ଅନ୍ୟପାଇଁ ଉଦାହରଣ ସୃଷ୍ଟି କରିବା ନିମନ୍ତେ ପ୍ରକାଶ କରିଥିଲେ। ଶିକ୍ଷକ ବିକ୍ରମ କେଶରୀ ରାଉତ,ରଶ୍ମୀରଞ୍ଜନ ମହନ୍ତ,ବି.କେ ଶୁଭଲକ୍ଷ୍ମୀ,ଓ ସ୍ନେହାସିକ୍ତା ସ୍ୱାଇଁ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ। ଆନ୍ତର୍ଜାତିକ ସେବିକା ଦିବସ ତଥା ଫ୍ଲୋରେନ୍ସ ନାଇଟଆଙ୍ଗେଲଙ୍କ ଜନ୍ମଦିନ ଅବସରରେ ଉପସ୍ଥିତ ବିଦ୍ୟାର୍ଥୀ ଓ ଅଧ୍ୟାପକ,ଅଧ୍ୟାପିକାବୃନ୍ଦ କେକ୍ କାଟିଥିଲେ। ଅଧ୍ୟାପିକା ରଞ୍ଜିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories